22.1 C
Bhubaneswar
Thursday, February 12, 2026
Homeଓଡିଶାପ୍ରତ୍ୟାଶା ରାୟ ପାଇବେ ଏକଲବ୍ୟ ପୁରସ୍କାର 

ପ୍ରତ୍ୟାଶା ରାୟ ପାଇବେ ଏକଲବ୍ୟ ପୁରସ୍କାର 

ଭୂବନେଶ୍ୱର: ଓଡ଼ିଶାର କ୍ରୀଡ଼ାରେ ଏକ ଅନନ୍ୟ କୃତିତ୍ୱ ପାଇଁ, ଆର୍ନ୍ତଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟ ୨୦୨୪ ମସିହାର ସମ୍ମାଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଜି ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ୩୨ତମ ଏକଲବ୍ୟ ପୁରସ୍କାର ବିଜେତା ଘୋଷଣା କରାଇଛି।

ପ୍ରତ୍ୟାଶା ରାୟ, ଏହି ଉଦୀୟମାନ ସନ୍ତରଣକାରୀ ବହୁ ଖ୍ୟାତି ସମ୍ପନ ରେକର୍ଡ ହାସଲ କରି ନିଦ୍ୱର୍ନ୍ଦରେ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଗାମୀ ଏକଲବ୍ୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସେ ପୁରସ୍କାର ରାଶି ବିଗତ ୫ ଲକ୍ଷ ଟଙ୍କାରୁ ବର୍ଦ୍ଧିତ ୭ ଲକ୍ଷ ଟଙ୍କା ଓ ମାନପତ୍ରରେ ପୁରସ୍କୃତ ହେବେ। ତାଙ୍କ ସହ ଜାତୀୟ ଓ ଆର୍ନ୍ତଜାତୀୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଧାବକ ଦଣ୍ଡପତି ମୃତ୍ୟୁମ୍ ଜୟରାମ ଓ ବାଡମିଣ୍ଟନ୍ ଖେଳାଳି ତନ୍ୱୀ ପତ୍ରୀ, ପ୍ରତ୍ୟେକଙ୍କୁ ଏହ ବର୍ଷ ଠାରୁ ୧ ଲକ୍ଷ ଟଙ୍କାରୁ ବର୍ଦ୍ଧିତ ୧.୫ ଲକ୍ଷ ଟଙ୍କା ଓ ମାନପତ୍ରରେ ଆଗାମୀ ଏକଲବ୍ୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ପୁରସ୍କାର ଦିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking