19.1 C
Bhubaneswar
Wednesday, February 11, 2026
Homeଓଡିଶାମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଜହ୍ନlପଙ୍କ ଫାଣ୍ଡି ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ବିବାହିତା ମହିଳାଙ୍କ ମୃତ୍ୟୁକୁ ବାପ ଘର ଲୋକେ ସୁପରିକଳ୍ପିତ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ବୀରମହlରାଜପୁର ଥାନା ଚମ୍ପାପୁର ଗ୍ରାମର କରୁଣାକର ପାତ୍ରଙ୍କ ଝିଅ ରଶ୍ମିତା ପାତ୍ର ବୌଦ୍ଧ ଥାନା ଚନ୍ଦ୍ରପୁର ଗ୍ରାମର ଫକୀର ସାହୁଙ୍କ ପୁଅ ରବୀନ୍ଦ୍ର ସାହୁଙ୍କୁ ୨୦୦୫ ମସିହାରେ ବିବାହ କରିଥିଲେ। କିଛି ବର୍ଷ ହେବ ସ୍ୱାମୀ ରବୀନ୍ଦ୍ର ସ୍ତ୍ରୀ ରଶ୍ମିତାଙ୍କ ଓ ତାଙ୍କ ସାନ ଦିଅର ଦେବେନ୍ଦ୍ର ସାହୁଙ୍କ ମଧ୍ୟରେ କଲି ଝଗଡା ରାଗି ରହିଥିବା ବାପଘର ଲୋକେ ଅଭିଯୋଗ କରଛନ୍ତି।  ହେଲେ ପାରିବାରିକ ସମସ୍ୟା ଭାବି ଏହି କଳହ ଗୁରୁତ୍ୱ ଦେଉନଥିଲେ।

ଆଜି ସକାଳେ ରବୀନ୍ଦ୍ର ସାହୁ ଫୋନ ଯୋଗେ ବାପ ଘରକୁ ଫୋନ କରି ତାଙ୍କ ଝିଅ ଗାଧୁଆ ଘରେ ଆତ୍ମହତ୍ୟା କରିଥିବା ଖବର ପାଇଥିଲେ। ପରିବାର ଲୋକେ ଗାଧୁଆ ଘରୁ ତାଙ୍କୁ ଉଦ୍ଧାର କରି ଘର ବାରଣ୍ଡାରେ ରଖିଥିଲେ। ଏହାଦେଖି ଡାକ୍ତରଖାନାକୁ ନନେଇ କେମିତି ଘରେ ରଖିଛ ବୋଲି ଅଭିଯୋଗ କରିଥିଲେ। ସ୍ୱାମୀ ରବୀନ୍ଦ୍ର ସାହୁ ଓ ଦିଅର ଦେବେନ୍ଦ୍ର ସାହୁ ମିଶି ରଶ୍ମିତାକୁ ମାରି ଦେଇଥିବା ଅଭିଯୋଗ ପତ୍ରରେ ପିତା କରୁଣାକର ପାତ୍ର ଲିଖିତ ଅଭିଯୋଗ ଦର୍ଶାଇ ଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking