ସୋର: ବାଲେଶ୍ୱର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସମ୍ନାକୁ ଆସିଛି । ଜଣେ ସିକ୍ୟୁରୁଟିଗାର୍ଡଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁବରଣ କରିଥିବା ନେଇ ସୂଚନା ମିଳିଛି । ବାଲେଶ୍ୱର ଜିଲ୍ଲାର ବାହାନଗା ବ୍ଲକ ଗୋପାଳପୁର ଥାନା ତାଳପଦା କଳମଗଡିଆ ସାହି ନିକଟରେ ଘଟିଛି ଏହି ଦୁଃଖଦ ଘଟଣା । ମୃତ ସିକ୍ୟୁରିଟି ଗାର୍ଡଙ୍କ ପରିଚ୍ୟ ମିଳିପାରିନଥିବା ବେଳେ ସେ ବିହାର ଅଞ୍ଚଳର ବସିନ୍ଦା ହୋଇଥିବା ନେଇ ସୂଚନା ମିଳିଛି ।
କଳମଗଡ଼ିଆ ସାହି ନିକଟରେ ଏକ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସିକ୍ୟୁରୁଟି ଭାବେ ବ୍ୟକ୍ତି ଜଣଙ୍କ କାର୍ଯ୍ୟ କରୁଥିଲେ। ଗତକାଲି ରାତିରେ ଡ୍ୟୁଟିକୁ ଆସିଥିବା ବେଳେ ଗୁରୁବାର ସକାଳେ ତାଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକେ ଗୋପାଳପୁର ପୁଲିସକୁ ଖବର ଦେଇଥିଲେ। ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ନେବା ସହିତ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।










