ପାକିସ୍ତାନ: ପାକିସ୍ତାନୀ ଟିକଟକ ଷ୍ଟାରଙ୍କ ସନ୍ଦେହଜନକ ମୃତ୍ୟୁ! ପାକିସ୍ତାନର ସିନ୍ଧର ଘୋଟକି ଜିଲ୍ଲାର ବାଗୋ ୱାହ ଅଞ୍ଚଳରେ କଣ୍ଟେଣ୍ଟ କ୍ରିଏଟର ସୁମୀରା ରାଜପୁତଙ୍କ ମୃତଦେହକୁ ସନ୍ଦେହଜନକ ପରିସ୍ଥିତିରେ ଉଦ୍ଧାର କରାଯାଇଛି। ଘୋଟକି ଜିଲ୍ଲା ପୋଲିସ ଅଧିକାରୀ ଅନୱର ଶେଖ୍ ନିଶ୍ଚିତ କରିଛନ୍ତି ଯେ, ରାଜପୁତଙ୍କ ୧୫ ବର୍ଷୀୟା ଝିଅ ଦାବି କରି କହିଛନ୍ତି ତାଙ୍କ ମାଆଙ୍କୁ କିଛି ଲୋକ ବିଷ ଦେଇ ମାରିଛନ୍ତି। କାରଣ ସେମାନେ ତାଙ୍କୁ ଜୋରଜବରଦସ୍ତ ବିବାହ ପାଇଁ ଦୀର୍ଘ ସମୟ ଧରି ଚାପ ଦେଉଥିଲେ। କିନ୍ତୁ ମାଆ ମନା କରିଦେଇଥିଲେ। ଯାହାଫଳରେ ସେମାନେ ରାଗିଯାଇ ତାଙ୍କ ମାଆଙ୍କୁ ବିଷାକ୍ତ ବଟିକା ଦେଇ ମାରିଦେଲେ। ଏହି ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ମାମଲା ପଞ୍ଜିକୃତ ହୋଇନଥିବାବେଳେ ମହିଳା ଜଣଙ୍କୁ ଦୁଷ୍କର୍ମ କରାଯାଇଛି କି ନାହିଁ ତାହା ପୋଲିସ ତଦନ୍ତ କରୁଛି। ଏହି ଘଟଣାରେ ଦୁଇଜଣ ବ୍ୟକ୍ତିଙ୍କୁ ହେପାଜତକୁ ନିଆଯାଇଛି, କିନ୍ତୁ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି ଦୃଢ ପଦକ୍ଷେପ ନେଇ ନାହାଁନ୍ତି, ଯାହା ପୋଲିସର ଉଦାସୀନତା ଏବଂ ମହିଳା ଅଧିକାର ସୁରକ୍ଷାରେ ତତ୍ପରତାର ଅଭାବ ବିଷୟରେ ପ୍ରଶ୍ନ ଉଠାଇଛି।









