ନୂଆଦିଲ୍ଲୀ: ନାବାଳିକାର ସନ୍ଦେହ ଜନକ ମୃତ୍ୟୁ । ଆମେଠି ଜିଲ୍ଲାର ଗୌରୀଗଞ୍ଜ କୋତୱାଲି ଅଞ୍ଚଳର ଘଟଣା । ଘରେ କେହି ନଥିବା ଦେଖି ଝିଅଟି ଆତ୍ମହତ୍ୟା କରିଛି । ବାପା ଘରକୁ ଆସି ଦେଖିବା ବେଳେ ଝିଅଟି ଫ୍ୟାନରେ ଦଉଡି ଲଗାଇ ଝୁଲୁଛନ୍ତି । ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନେଇଥିଲେ ପରିବାର ଲୋକେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ, ମତ ନାବାଳିକାର ବାପା ଦୋକାନରେ ଥିଲେ । ଘରେ କହେି ନଥିବା ଦେଖି ଆତ୍ମହତ୍ୟା କରିଥିଲା । ପରିବାର ଲୋକେ ଘରକୁ ଆସି ଦେଖିବା ପରେ ଏଭଳି ଦୃଶ୍ୟକୁ ଦେଖି ଚିତ୍କାର କରିଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟ ମର୍ଟମ ପାଇଁ ପଠାଇଛି । କାହିଁକି ଆତ୍ମହତ୍ୟା କଲା ସେ ଦିଗରେ ତଦନ୍ତ ଆରମ୍ଭ କରୁଛି ପୋଲିସ । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।









