ନୂଆଦିଲ୍ଲୀ: ପାଟନାର କଦମକୁଆଁ ଅଞ୍ଚଳରେ ଜଣେ ମହିଳା ଡାକ୍ତରଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ମହିଳା ଡାକ୍ତରଙ୍କ ମୃତଦେହ ଦଉଡ଼ିରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା । ମୃତକ ଜଣଙ୍କ ହେଉଛନ୍ତି ତନୁ ପ୍ରିୟା । ଏହି ଘଟଣାଟି କଦମକୁଆଁ ଥାନା ଅନ୍ତର୍ଗତ ରାଜେନ୍ଦ୍ର ନଗର ଅଞ୍ଚଳର ରୋଡ୍ ନମ୍ବର 5ରେ ଘଟିଛି । ସୂଚନା ଅନୁଯାୟୀ, ଡାକ୍ତର ତନୁ ପ୍ରିୟା IGIC ହସ୍ପିଟାଲରେ ଜଣେ ପାଥୋଲୋଜିଷ୍ଟ ଥିଲେ। ମୃତକଙ୍କ ସ୍ୱାମୀ ମୁକେଶ ମଧ୍ୟ ପେଶାରେ ଜଣେ ଡାକ୍ତର । ଡାକ୍ତର ତନୁ ପ୍ରିୟାଙ୍କୁ ତୁରନ୍ତ ପାରସ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ପୋଲିସ ଆତ୍ମହତ୍ୟା ସମେତ ବିଭିନ୍ନ ଦିଗକୁ ନେଇ ମାମଲାର ତଦନ୍ତ କରୁଛି।