23.1 C
Bhubaneswar
Tuesday, February 3, 2026
Homeଓଡିଶାବୃଦ୍ଧଙ୍କ ସନ୍ଦେହଜନକ ମୃତ୍ୟୁ

ବୃଦ୍ଧଙ୍କ ସନ୍ଦେହଜନକ ମୃତ୍ୟୁ

ପୁରୀ: ପୁରୀରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଖବରଜଣେ ବୃଦ୍ଧଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। କ୍ଷେତରେ କାମ କଲା ବେଳେ ଟଳି ପଡ଼ିଲେ ବୃଦ୍ଧ ଚାଷୀ। ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଧୀନ ବଳପୁର ପଞ୍ଚାୟତ ଆନନ୍ଦପୁର ଗ୍ରାମର ଜଣେ ଚାଷୀ କ୍ଷେତରେ କାମ କରିବା ସମୟରେ ମୃତ୍ୟୁବରଣ କରିଛନ୍ତି। ସେ ହେଲେ କାଶିନାଥ ସାହୁ (୫୫)। ଧାନ ରୋଇବା ପାଇଁ କାଶିନାଥ ଫାଉଡା ଧରି ସୋମବାର ପୂର୍ବାହ୍ନରେ କ୍ଷେତକୁ ଯାଇଥିଲେ । ହେଲେ ପ୍ରବଳ ଖରା ହେଉଥିବା ବେଳେ ସେ କ୍ଷେତ ପାଖରେ ରହିଥିବା ନାଳ ଶଙ୍ଖ ପାଖକୁ ଆସିଥିବା ଗ୍ରାମବାସୀ ଅନୁମାନ କରିଛନ୍ତି।

ଏପରିକି ଶଙ୍ଖ ଉପରେ ତାଙ୍କ ଫାଉଡା ଓ ସାଙ୍ଗରେ ନେଇଥିବା ପାନ ରହିଥିବା ବେଳେ ସେ ପାଣି ଭିତରେ ପଡି ତାଙ୍କର ମୃତ୍ୟୁ ଘଟିଛି। ଶଙ୍ଖ ତଳେ ଅଳ୍ପ ପାଣି ରହିଥିବା ବେଳେ ସେ ମୁହଁ ମାଡି ପାଣି ଭିତରେ ପଡ଼ିଥିବା ଦେଖିବାକୁ ମିଳିଛି। ଆନନ୍ଦପୁର ଓ କୁସୁମେଶ୍ବର ରାସ୍ତାର ନାଳରେ ଏହି ଅଘଟଣ ଘଟିଛି। ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking