ରାୟଗଡ: ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅଞ୍ଚଳରୁ ସନ୍ଦୋହଜନକ ଭାବେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବିଷମ କଟକ ସହରର ନିବାସୀ ନବୀନ ସନ୍ତୋଷ ରାୟ । ବିଷମ କଟକ ଥାନା ଅଧିନ ଚାଟିକଣା ପଞ୍ଚାୟତ ହାଡ ଶିଙ୍କୁଳି ଗ୍ରାମର ନଳିନୀ ବିଦ୍ୟା ମନ୍ଦିର ନିକଟ ଏକ ଧାନ କିଆରିରୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ସ୍ଥାନୀୟ ଲୋକେ ଧାନ କିଆରିରେ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବିଷମ କଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ସନ୍ତୋଷ ଗତ ଦୁଇ ଦିନ ହେଲା କୁଆଡେ ଚାଲି ଯାଇଥିଲେ । ପରିବାର ପକ୍ଷରୁ ଖୋଜା ଚାଲିଥିଲା । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଖବର ପାଇଛନ୍ତି । ଏନେଇ ପରିବାର ପକ୍ଷରୁ ବିଷମ କଟକ ଥାନାରେ ଏତଲା ଦିଆଯାଇଛି ।










