31.1 C
Bhubaneswar
Sunday, June 1, 2025
Homeଓଡିଶାଭୁବନେଶ୍ୱର ବିମାନ ବନ୍ଦର ବାହାରେ ସନ୍ଦିଗ୍ଧ ବ୍ୟାଗ୍

ଭୁବନେଶ୍ୱର ବିମାନ ବନ୍ଦର ବାହାରେ ସନ୍ଦିଗ୍ଧ ବ୍ୟାଗ୍

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦର ବାହାରେ ସନ୍ଦିଗ୍ଧ ବ୍ୟାଗ୍ । ଲଗେଜ ଟ୍ରଲିରେ ରହିଥିଲା ବ୍ୟାଗ । ବ୍ୟାଗକୁ ଯାଞ୍ଚ କରୁଛି ଡଗ୍ ଓ ବମ୍ ସ୍କ୍ୱାଡ୍ । ଯାଞ୍ଚ ପରେ ସନ୍ଦିଗ୍ଧ ବ୍ୟାଗ ଜବତ । ତେବେ ବ୍ୟାଗ କେମିତି କେଉଁଠୁ ଆସିଲା ତାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ । ଭାରତ ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ଭୁବନେଶ୍ୱର ବିମାନ ବନ୍ଦରରୁ ବ୍ୟାଗ ମିଳିବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଏହି ଘଟଣା ପରେ ଏବେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତିକୁ ନଜରରେ ରଖି ଓଡିଶାର ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମସ୍ତ ସନ୍ଦିଗ୍ଧ ଗତିବିଧିକୁ ନଜରରେ ରଖିଛନ୍ତି ସୁରକ୍ଷା ବାହିନୀ । ହେଲେ ଏହାରି ଭିତରେ ସନ୍ଦିଗ୍ଧ ବ୍ୟାଗ ମିଳିବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking