ଭୁବନେଶ୍ୱର: ବିଧାନସଭାରେଗୃହକୁ ପରିଚାଳନାକରିବାର ପ୍ରାଥମିକ ଓ ସାମ୍ବିଧାନିକ ଦାୟିତ୍ୱସରକାରୀ ଦଳର । ସରକାରୀ ଦଳ ସମସ୍ତବିରୋଧୀ ଦଳମାନଙ୍କୁବିଶ୍ୱାସକୁନେଇକାର୍ଯ୍ୟକରିବାଉଚିତ୍ । ସଂସଦୀୟଗଣତାନ୍ତ୍ରିକବ୍ୟବସ୍ଥାରେବିରୋଧୀ ଦଳ ହେଉଛି ଗଣତନ୍ତ୍ର ଏବଂଜନଗଣଙ୍କରଜାଗ୍ରତ ପ୍ରହରୀ । ବିରୋଧୀ ଦଳର ଦାବିଗୁଡ଼ିକୁସରକାରକର୍ଣ୍ଣପାତ ନକରିଏକତରଫା ନିଲମ୍ବନ କରିବାଏବଂଶାରିରୀକଭାବେ ଆକ୍ରମଣକରିବା ଅଗଣତାନ୍ତ୍ରିକ, ଅନ୍ୟାୟଏବଂ ଅସାମ୍ବିଧାନିକ । ଏହାବିଜେପିରଏକଛତ୍ରବାଦୀ-ଫାଶିବାଦୀ ମନୋବୃତ୍ତିକୁ ପ୍ରତିଫଳିତକରୁଛି । ଏହାକୁସି.ପି.ଆଇ.(ଏମ୍) ଓଡ଼ିଶାରାଜ୍ୟକମିଟିତୀବ୍ର ନିନ୍ଦାଏବଂ ପ୍ରତିବାଦ କରୁଛି । ଅବିଳମ୍ବେ କଂଗ୍ରେସର ୧୪ଜଣ ବିଧାୟକଙ୍କଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାରକରିବା ପାଇଁସି.ପି.ଆଇ.(ଏମ୍) ଦାବିକରିଛି । ୨୫, ମାର୍ଚ୍ଚ ନିଶାର୍ଦ୍ଧରେ ନିଲମ୍ବିତବିଧାୟକମାନଙ୍କୁବିଧାନସଭାରେ ପାଣି, ପାଇଖାନାଏବଂଖାଦ୍ୟ ଉପରେକଟକଣାକରିବାଏବଂରାତିଅଧିଆପୋଲିସ୍ବଳ ପ୍ରୟୋଗକରିବିଧାନସଭାରୁବିସ୍ଥାପିତକରିବାଓଡ଼ିଶାବିଧାନସଭାଇତିହାସରେବିଜେପି ଏକ କଳଙ୍କିତ ଅଧ୍ୟାୟରଚନାକରିଛି । ବାଚସ୍ପତିମହୋଦୟାସର୍ବଦଳୀୟବୈଠକଡ଼ାକିଗୃହକୁସ୍ୱାଭାବିକକରିବା ପାଇଁତ୍ୱରିତ ପଦକ୍ଷେପ ଗ୍ରହଣକରିବାଉଚିତ ।
ପୋଲିସ୍ବଳ ପ୍ରୟୋଗ ଦ୍ୱାରାବିଧାୟକମାନଙ୍କୁ ପରିଚାଳନାକରାଯାଇପାରିବ ନାହିଁ । ବିଧାନସଭାଭିତରକୁ ପୂର୍ବତନ ବିଧାୟକମାନେ ପ୍ରବେଶକରିବା ଆଇନ ସମ୍ମତ । ବିଧାନସଭାଭିତରେସେମାନଙ୍କବିଧାୟକ (କଂଗ୍ରେସ ଦଳରବିଧାୟକ)ମାନଙ୍କରସ୍ଥିତି ପରଖିବା ପାଇଁବିଧାନସଭାଭିତରକୁବରିଷ୍ଠକଂଗ୍ରେସନେତୃବୃନ୍ଦ ପ୍ରବେଶକରିବା ଏକ ନୈତିକ ଦାୟିତ୍ୱ । ନିର୍ବାଚିତବିଧାୟକ, ସାଂସଦ ଏବଂ ପୂର୍ବତନ ବିଧାୟକମାନଙ୍କୁବିଧାନସଭାରେ ପ୍ରବେଶକରିବା ପାଇଁ ଅନୁମତି ନଦେବା ଆଇନ ବିରୋଧୀ ଅଟେ । ବିଜେପି ଗଣତନ୍ତ୍ର ଏବଂ ଆଇନରଶାସନକୁହତ୍ୟାକରୁଛି । ଏହାସଂସଦୀୟ ଗଣତନ୍ତ୍ର ପାଇଁଭୟଙ୍କରବିପଦ । ରାଜ୍ୟରବିପର୍ଯ୍ୟସ୍ତ ଆଇନ୍ଶୃଙ୍ଖଳା ପରିସ୍ଥିତି, ମହିଳାଏବଂଶିଶୁମାନଙ୍କଉପରେହେଉଥିବା କ୍ରମବର୍ଦ୍ଧିଷ୍ଣୁ ଅପରାଧ ଏବଂ ଅନ୍ୟାନ୍ୟ ଅତ୍ୟନ୍ତ ଗୁରୁତରସମ୍ବେଦନଶୀଳ ପ୍ରସଙ୍ଗଗୁଡ଼ିକଉପରେକଂଗ୍ରେସତରଫରୁଗୃହକମିଟି ଗଠନ ଦାବି ଆଦୌ ଅଯୌକ୍ତିକ ନୁହେଁ । ମୁଖ୍ୟମନ୍ତ୍ରୀଗୃହରେଏହି ପ୍ରସଙ୍ଗରେବିବୃତ୍ତି ପ୍ରଦାନ କରିବା ଏକ ନୈତିକକର୍ତ୍ତବ୍ୟଏବଂ ଦାୟିତ୍ୱ । ରାଜ୍ୟମୁଖ୍ୟମନ୍ତ୍ରୀଏହାକରିନାହାଁନ୍ତି ।
ଏହି ଅଗଣତାନ୍ତ୍ରିକ ନିଲମ୍ବନକୁ ନିନ୍ଦାଏବଂ ପ୍ରତିବାଦ କରିବାସହିତସି.ପି.ଆଇ.(ଏମ୍)ର ଏକ ପ୍ରତିନିଧି ଦଳ କଂଗ୍ରେସଭବନ ଗସ୍ତ କରିରାଜ୍ୟକଂଗ୍ରେସସଭାପତିଭକ୍ତଚରଣ ଦାସ, ବରିଷ୍ଠକଂଗ୍ରେସନେତା ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନାଏବଂ ପ୍ରସାଦ ହରିଚନ୍ଦନଙ୍କ ସହିତ ଆଲୋଚନାକରିସି.ପି.ଆଇ.(ଏମ୍) ତରଫରୁସଂହତି ପ୍ରକାଶକରାଯାଇଛି । ଏହି ପ୍ରତିନିଧି ଦଳରେରାଜ୍ୟସି.ପି.ଆଇ.(ଏମ୍) ସଂପାଦକ ସୁରେଶଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟସଂପାଦକମଣ୍ଡଳୀ ସଦସ୍ୟ ବଦ୍ରି ନାରାୟଣ ଦାଶଙ୍କସମେତଗିରିଶଚନ୍ଦ୍ରମହାରଣା, ପ୍ରଦୀପ୍ତ ନାୟକଏବଂ ପ୍ରଭାତ ପାଣିଗ୍ରାହୀ ପ୍ରମୁଖନେତୃବୃନ୍ଦ ସାମିଲହୋଇଥିଲେ । ରାଜ୍ୟବଜେଟରଖର୍ଚ୍ଚ ଦାବିଗୁଡ଼ିକ ଆଲୋଚନାବେଳେଗୃହ ଅଚଳହୋଇପଡ଼ିବାଏବଂଜନସାଧାରଣଙ୍କ ପ୍ରସଙ୍ଗଗୁଡ଼ିକ ଆଲୋଚନାହୋଇ ନପାରିବାରାଜ୍ୟବାସୀଙ୍କ ପାଇଁସବୁଠାରୁବଡ଼ବିଡ଼ମ୍ବନା ଅଟେ । ଏହିସାମଗ୍ରିକ ଅଭାବନୀୟ ପରିସ୍ଥିତି ପାଇଁବିଜେପିହିଁ ଦାୟୀବୋଲିସି.ପି.ଆଇ.(ଏମ୍) ତରଫରୁକୁହାଯାଇଛି ।