26.1 C
Bhubaneswar
Monday, March 23, 2026
Homeଓଡିଶାଜେଲ୍ ଗଲେ ନିଲମ୍ବିତ ତହସିଲଦାର

ଜେଲ୍ ଗଲେ ନିଲମ୍ବିତ ତହସିଲଦାର

ସମ୍ବଲପୁର: ଜେଲ୍‌ ଗଲେ ନିଲମ୍ବିତ ଜାମଦା ତହସିଲଦାର ମଧୁସ୍ମିତା ସିଂ। ସମ୍ବଲପୁର ଓପିଆଇଡି କୋର୍ଟରେ ହାଜର ପରେ ଜେଲ୍‌ ଗଲେ। ମହିଳା ବନ୍ଦୀଙ୍କ ପାଇଁ ନିର୍ମିତ ନାରୀ ବନ୍ଦୀ ନିକେତନ ଜେଲ୍‌କୁ ଗଲେ। ବେଲପାହାଡ ଦୁର୍ନୀତି ଘଟଣାରେ ଗତକାଲି ଇଓଡବ୍ଲୁ ମ୍ୟୁନିସିପାଲଟିର ପୂର୍ବତନ ନିର୍ବାହୀ ଅଧିକାରୀ ତଥା ମୟୁରଭଞ୍ଜ ଜିଲ୍ଲା ଜାମଡାର ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂଙ୍କୁ ଗିରଫ କରାଯାଇ ଆଜି ତାଙ୍କୁ ସମ୍ବଲପୁର ଅଣାଯିବା ପରେ ସ୍ଥାନୀୟ ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା। ସୂଚନାଯୋଗ୍ୟ, ୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ୩୧ ଅଗଷ୍ଟରେ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ନିଲମ୍ବିତ ହୋଇଥିଲେ ମୟୂରଭଞ୍ଜ ଜିଲ୍ଲା ଜାମଡା ତହସିଲଦାର ମଧୁସ୍ମିତା ସିଂ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking