କଟକ : କଟକ ଜିଲ୍ଲାର ଅଧାରୁ ଅଧିକ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ । ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ରିପୋର୍ଟ ଦାଖଲ କରିନଥିବା ପ୍ରଶାସନିକ କାଯ୍ୟାନୁଷ୍ଠାନ । ଜିଲ୍ଲାର ୨୧୦ଟି କଲେଜ କୁ ଆଇସିସି ରିପୋର୍ଟ ମାଗିଥିଲା । କିନ୍ତୁ ଜିଲ୍ଲା ପ୍ରଶାସନ ଅଭିଯୋଗକାରିଣୀଙ୍କ ଯୋଗାଯୋଗ ଠିକଣା ସହ ମୁଖ୍ୟଙ୍କ ହସ୍ତାକ୍ଷର ମଗାଯାଇଥିଲା । ହେଲେ ଅଧାରୁ ଅଧିକ କଲେଜ ଚିଠିର ଉତ୍ତର ଦେଇନଥିବାରୁ କଡା କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରିପୋର୍ଟ ଦେଇନଥିବାରୁ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂଣ୍ଣାଙ୍ଗ ଆଇସିସି ରିପୋର୍ଟ ନଦେଲେ ଅଧ୍ୟକ୍ଷ ସସପେଣ୍ଡ ହେବେ ବୋଲି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏନେଇ କଡା ତାଗିଦ କରିଛନ୍ତି ।










