21.1 C
Bhubaneswar
Tuesday, February 3, 2026
Homeଓଡିଶାଶ୍ରମିକଙ୍କୁ ହତ୍ୟା କରି ମାଟିରେ ପୋତିଦେଇଥିବା ସନ୍ଦେହ

ଶ୍ରମିକଙ୍କୁ ହତ୍ୟା କରି ମାଟିରେ ପୋତିଦେଇଥିବା ସନ୍ଦେହ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗୁଲାପଡା ଅଞ୍ଚଳରେ ଏକ ସନ୍ଦେହଜନକ ହତ୍ୟା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଜଣେ ଶ୍ରମିକଙ୍କୁ ହତ୍ୟା କରି ମାଟିରେ ପୋତି ଦେଇଥିବା ସନ୍ଦେହ ହେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜଗି ରହିଛି। ଗୁଲାପଡା ଗାଁର ୩୮ ବର୍ଷୀୟ ପ୍ରକାଶ ମହାନ୍ତି ନାମକ ଜଣେ ଶ୍ରମିକ ଗତ ୧୮ ତାରିଖ ସନ୍ଧ୍ୟାରେ ଘରୁ କାମ କରିବାକୁ ବାହାରିଥିଲେ। କିନ୍ତୁ ତା’ପରେ ଦୀର୍ଘ ୧୧ ଦିନ ଧରି ସେ ଘରକୁ ଫେରିନଥିବାରୁ ପରିବାର ଲୋକେ ଚିନ୍ତାଗ୍ରସ୍ତ ହୋଇ ପଡିଥିଲେ। ପ୍ରକାଶଙ୍କ ସ୍ତ୍ରୀ ବନିତା ମହାନ୍ତି ସ୍ୱାମୀଙ୍କୁ ଖୋଜିବା ପାଇଁ ପରିବାର ସହ ବିନିକା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲା। ତଦନ୍ତ ସମୟରେ ଗୁଲାପଡା ଗାଁ ନିକଟ ଜୋର ପାଖରେ ମାଟି ଭିତରେ ଶବ ପୋତା ହୋଇଥିବା ସନ୍ଦେହ ହେବା ପରେ ପୁଲିସ ଘଟଣା ସ୍ଥଳକୁ ଘେରାଉ କରି ଶବକୁ ଜଗି ରହିଛି। ଘଟଣା ସମ୍ପର୍କରେ ସତ୍ୟାସତ୍ୟ ଜାଣିବାକୁ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking