30.1 C
Bhubaneswar
Sunday, February 8, 2026
Homeଓଡିଶାସନ୍ଦିଗ୍ଧ ବାଂଲାଦେଶୀଙ୍କ କୁକୁଡା ଚୋରୀ ଘଟଣା; ରାସ୍ତାରେ ଟାୟାର ଜାଳି ରାସ୍ତାରୋକ୍

ସନ୍ଦିଗ୍ଧ ବାଂଲାଦେଶୀଙ୍କ କୁକୁଡା ଚୋରୀ ଘଟଣା; ରାସ୍ତାରେ ଟାୟାର ଜାଳି ରାସ୍ତାରୋକ୍

ଜଗତ୍‌ସିଂହପୁର: ମଙ୍ଗଳବାର ମଧ୍ୟାହ୍ନ ସମୟରେ ଜଗତସିଂହପୁର କଟକ ରାସ୍ତା ମୁଖ୍ୟ ରାସ୍ତାର ଚାରିପୋଲିଆ ଛକ ନିକଟରେ ନିକଟସ୍ଥ ବାଆମଡା ଗ୍ରାମର ଶତାଧିକ ଦଳିତ ମହିଳା, ପୁଅ ଓ ଝିଅମାନେ ରାସ୍ତାରେ ଟାୟାର ଜାଳି ଆନ୍ଦୋଳନ କରିଛନ୍ତି। ଏଥିସହିତ ତୁରନ୍ତ ଗ୍ରାମର କାଳିଆ ଭୋଇଙ୍କୁ ଛାଡିବା ପାଇଁ ପୁଲିସ ବିରୋଧରେ ହୋହଲ୍ଲା କରିଛନ୍ତି। ଆନ୍ଦୋଳନର ଅଧଘଣ୍ଟା ମଧ୍ୟରେ ସଦର ପୁଲିସ ସୁଚନା ପାଇଁ ଏକ ପ୍ଲାଟୁନ ପୁଲିସ ଧରି ଘଟଣାସ୍ଥଳରେ ପହଞ୍ôଚ ଥିଲେ। ବେଆଇନ ଭାବେ ରାସ୍ତାରେ ନିଆଁ ଜାଳି ଆନ୍ଦୋଳନ କରିବା ନେଇ ପୁଲିସ ନିଆଁକୁ ଲିଭାଇବା ସହିତ ତୁରନ୍ତ ମହିଳାମାନଙ୍କୁ ଉଠିଯିବା ପାଇଁ କହିଥିଲେ। ମହିଳାମାନେ ତାଙ୍କ କାଳିଆକୁ କାହିଁକି ଥାନାରେ ଅଟକ ରଖିଛ ବୋଲି ପୁଲିସଙ୍କୁ କହିବା ସହିତ ଧାରଣାରୁ ଉଠି ଚାଲି ଯାଇଥିଲେ। ତେବେ ଏହି ଘଟଣା ସହଲଜରେ ସାଧାରଣ ଓ ଗଣମାଧ୍ୟମ ପ୍ରତିନିଧିମାନେ ସହଜରେ ହଜମ କରି ପାରିଲେ ନାହିଁ। ବହୁ ବୁଝାସୁଝା ପରେ ଜଣା ପଡିଥିବା ବାଂଲାଦେଶୀଙ୍କୁ କୁକୁଡା ଚୋରୀ କରି ନେଉଥିବା ବେଳେ ପୁଲିସ କାଳିଆକୁ ସନ୍ଦେହରେ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ଜଣାଯାଇଛି। ପ୍ରକାଶ, ସୋମବାର ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଜୟଶୋଳ ପଞ୍ଚାୟତର ସାତପୁରା ବସ୍ତରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ବାଂଗଲାଦେଶୀ ସନ୍ଦେହରେ ୧୮ଜଣଙ୍କୁ ଉଠାଇ ନେବା ସହିତ ୨ରୁ ୩ଜଣଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତେ ଫେରାର ହୋଇଯାଇଥିଲେ। ଏଥି ସହିତ ପାଖାପାଖି ୩୦ଘର ମଧ୍ୟରୁ ୭ଟି ବେଆଇନ ଘର, ଗଛ ଇତ୍ୟାକୁ ବୁଲଡୋଜର ଲଗାଇ ଭାଙ୍ଗି ମାଟିରେ ମିଶାଇ ସନ୍ଧ୍ୟାରେ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଫେରି ଆସିଥିଲେ। ହେଲେ ବସ୍ତିବାସୀ ପାଳିଥିବା ଛେଳି, ବତକ, ଦେଶୀ ଓ ବିଦେଶୀ କୁକୁଡା ଇତ୍ୟାଦିର ରକ୍ଷଣା ବେକ୍ଷଣ ନିମନ୍ତେ ବସ୍ତି ଶୂନ୍ୟ ହୋଇ ଯାଇଥିବା ସୁଯୋଗ ନେଇ ନିକଟସ୍ଥ ଗ୍ରାମର କେତେଜଣ ସେଗୁଡିକୁ ଚୋରୀକରି ସୁଯୋଗ ପାଇଥିଲେ।

ସେମାନଙ୍କ ମଧ୍ୟରୁ ପୁନଙ୍ଗ ପଞ୍ଚାୟତର ବାଆମଡା ଦଳିତ ସାହିର କାଳିଆ ଭୋଇ ନାମକ ଜଣେ ଯୁବକ ସେହି ବସ୍ତିରୁ ସନ୍ଧ୍ୟାରେ ଏକ ଦେଶୀ କୁକୁଡା ଉଠାଇ ଆଣୁଥିବା ସମୟରେ, ଜଣେ ପୁଲିସ ସେହି ସମୟରେ ତଦାରଖ ନିମନ୍ତେ ବସ୍ତିକୁ ଯିବା ବାଟରେ ହାବୁଡରେ ପଡିଥିଲେ। ଯାହାକୁ ନେଇ ପୁଲିସ କାଳିଆକୁ ବିରୋଧ କରିବା ସହିତ ସେହି ବସ୍ତିର ଫେରାର ବାଂଲାଦେଶୀ ବୋଲି କାଳିଆକୁ କହିଥିଲେ। ଯାହାଫଳରେ ଉଭୟଙ୍କ ମଧ୍ୟରେ ବାକଯୁଦ୍ଧ ବଢିବା ସହିତ କୁକୁଡା ପାଇଁ ଯୋରଦାର କଳି ହୋଇଥିଲା। ପରେ ରାତା ରାତି ସନ୍ଦେହ କାଳିଆକୁ ପୁଲିସ ଥାନାକୁ ଉଠାଇ ଆଣି ଅଟକ ରଖିଛନ୍ତି। ଆଜି ମଧ୍ୟାହ୍ନ ଶୁଦ୍ଧା କାଳିଆ ଭୋଇଙ୍କୁ ପୁଲିସ ନଛାଡିବା ନେଇ, କାଳିଆର ପରିବାର ଲୋକ ଓ ଗ୍ରାମର ଶତାଧିକ ମହିଳା ଓ ପୁଅ ଝିଅମାନେ ଆଇନକୁ ହାତକୁ ନେଇ ରାସ୍ତାରେ ଟାୟାର ଜାଳି ପୁଲିସ ମିଛ କଥା କହି କାଳିଆକୁ ଉଠାଇ ନେଇଛି କହି ଆନ୍ଦୋଳନ କରିବା ସହିତ ତୁରନ୍ତ କାଳିଆକୁ ଛାଡିବା ପାଇଁ ଦାବି କରିଥିଲେ। ଏହି ଘଟଣା ଭୋଇକୁ ଉଠାଇ ଆଣି ଥାନାରେ ଅଟକ ଘର ମଙ୍ଗଳବାର ଅପରାହ୍ନରେ ଜଗତସିଂହପୁର କଟକ ମୁଖ୍ୟ ରାସ୍ତାର ଚାରିପୋଲିଆ ଛକ ଠାରେ ପୁନଙ୍ଗ ପଞ୍ଚାୟତ ଅନ୍ତର୍ଗତ ବାଆମଡା ଗ୍ରାମର ଶତାଧିକ ଦଳିତ ମହିଳା, ଝିଅ ଓ ଛୋଟ ପିଲାମାନେ ରାସ୍ତାରେ ଟାୟାର ଜାଳି ଧାରଣା ଦେବା ସହିତ ପୁଲିସ ବିରୋଧରେ ଆନ୍ଦୋଳନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking