16.1 C
Bhubaneswar
Tuesday, December 9, 2025
Homeଓଡିଶାସୁଶୀଲ ମେହେର ହେଲେ ନୂଆ କଂସ

ସୁଶୀଲ ମେହେର ହେଲେ ନୂଆ କଂସ

ବରଗଡ: ସୁଶୀଲ ମେହେର ନୂଆ କଂସ ହୋଇଛନ୍ତି । ବରଗଡ ଧନୁଯାତ୍ରା ପାଇଁ କଂସଙ୍କ ନାଁ ଘୋଷଣା କରାଯାଇଛି । ବରଗଡ ଟାଉନ ହଲ ଠାରେ  ଆବେଦନ କରିଥିବା ୪୪ ଜଣଙ୍କୁ ନେଇ ହୋଇଛି କଂସ ଭୁମିକା ପାଇଁ କଳାକାର ଚୟନ । ଅନ୍ୟପାର୍ଶ୍ୱ ଅଭିନେତା ଚୟନ ମଧ୍ୟ ହୋଇସାରିଛି । କିଛି ସମୟ ପରେ ଚୁଡାନ୍ତ କଳାକାର ତାଲିକା ଘୋଷଣା କରାଯିବ । ୧୫ ତାରିଖରେ ଆରମ୍ଭ  ହେଉଥିବା କଳାକାର ଚୟନ ପ୍ରକ୍ରିୟାରେ ପୂର୍ବରୁ  ମହାମନ୍ତ୍ରୀ , ସେନାପତି , ଚାଣୁର , ମୁଷ୍ଟିକ , ନାରଦ, ଦେବକୀ  , ବସୁଦେବ, ଉଗ୍ରସେନ ଆଦି ଭୁମିକା ପାଇଁ କଳାକାର ବଛା ସରିଛି । ଅପେକ୍ଷା ରହିଥିଲା ଯେ କଂସ କିଏ ହେବ ।  ସୁଶୀଲ ମେହେରଙ୍କ ନାଁ ବର୍ତ୍ତମାନ ଘୋଷଣା କରାଯାଇଛି । ବରଗଡ ଧନୁଯାତ୍ରାରେ କଂସ ହେଉଛନ୍ତି ମୁଖ୍ୟ କଳାକାର  ା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking