21.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ସୁରଭି ଜ୍ୟୋତି ଏବଂ ସୁମିତ ସୁରି

ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ସୁରଭି ଜ୍ୟୋତି ଏବଂ ସୁମିତ ସୁରି

ନୂଆଦିଲ୍ଲୀ: ସୁରଭି ଜ୍ୟୋତି ଦୀର୍ଘ ଦିନ ହେଲାଣି ଅଭିନେତା ସୁମିତ ସୁରିଙ୍କୁ ଡେଟ୍ କରୁଥିଲେ। ଏବେ ଚଳିତ ମାସ ଶେଷରେ ଦୁହିଁଙ୍କ ବିବାହ ହେବ ବୋଲି ଜଣାଯାଇଛି। ଖବର ଅନୁଯାୟୀ, ଏହି ଦମ୍ପତି ପ୍ରଥମେ ମାର୍ଚ୍ଚ ୨୦୨୪ରେ ବିବାହ କରିବାକୁ ସ୍ଥିର କରିଥିଲେ। କିନ୍ତୁ ପରେ କିଛି କାରଣରୁ ସେମାନେ ବିବାହକୁ ସ୍ଥଗିତ ରଖିଥିଲେ। କିନ୍ତୁ ବର୍ତ୍ତମାନ ସୁରଭି ଏବଂ ସୁମିତ ୨୭ ଅକ୍ଟୋବର ୨୦୨୪ରେ ବିବାହ କରିବେ ବୋଲି ଜଣାଯାଇଛି। କୁହାଯାଉଛି ଯେ, ସୁରଭି ଏବଂ ସୁମିତ ସେମାନଙ୍କ ବିବାହ ପାଇଁ ଜିମ କରବେଟ ନ୍ୟାସନାଲ ପାର୍କ ରିସର୍ଟ ବୁକ୍ କରିଛନ୍ତି। ସୁରଭି ପ୍ରଥମେ ରାଜସ୍ଥାନରେ ବିବାହ କରିବାକୁ ଚାହୁଁଥିଲେ ଏବଂ ଉଦୟପୁରର କିଛି ସ୍ଥାନ ମଧ୍ୟ ଦେଖିଥିଲେ। କିନ୍ତୁ ତାଙ୍କୁ କିଛି ପସନ୍ଦ ଆସିନଥିଲା। ସୂଚନା ମିଳିଛି ଯେ, ସୁରଭି ଏବଂ ସୁମିତଙ୍କ ବିବାହରେ ଅନେକ ଅନନ୍ୟ ତଥା ପରିବେଶ ଅନୁକୂଳ ରୀତିନୀତି ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking