ଭୁବନେଶ୍ୱର: ରାଜ୍ୟରେ ଅନାଥ ପିଲାଙ୍କ ସର୍ଭେ କରିବେ ସରକାର । ବାପା କିମ୍ବା ମାଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିବା ପିଲାଙ୍କ ସର୍ଭେ ବି ରହିବ । ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ଅଙ୍ଗନବାଡି କେନ୍ଦ୍ର ଜରିଆରେ ସର୍ଭେ କରିବାକୁ ଗାଇଡଲାଇନ ଆସିବ । ଡିଏସଡବ୍ଲ୍ୟୁଓ , ଆଇସିଡିଏସ ସୁପରଭାଇଜର , ସିଡିପିଓ , ଡିସିପିଓଙ୍କୁ ତଦାରଖ ଦାୟିତ୍ୱ ମିଳିଛି ।