33.1 C
Bhubaneswar
Thursday, March 19, 2026
Homeଓଡିଶାସୁବାସିନୀଙ୍କ ବାସଭବନ ଘେରାଉ

ସୁବାସିନୀଙ୍କ ବାସଭବନ ଘେରାଉ

ଭୁବନେଶ୍ୱର: ବିଜେଡି ବିଧାୟିକା ସୁବାସିନୀ ଜେନାଙ୍କ ବିରୋଧରେ ଏବେ ମଇଦାନକୁ ଓହ୍ଲାଇଛି ନିଜ ଦଳ। ନିର୍ବାଚନରେ ବିଜେଡି ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ କ୍ରସ ଭୋଟିଂ ନେଇ ବିଜୁ ମହିଳା ଜନତା ଦଳ ପ୍ରତିବାଦ କରିଛି। ସୁବାସିନୀଙ୍କ ବାସଭବନ ଆଗରେ ଗର୍ଜିଛି ବିଜୁ ମହିଳା ଜନତା ଦଳ। ରାଜ୍ୟ ମହିଳା ସଭାପତି ସେହ୍ନାଙ୍ଗିନୀ ଛୁରିଆଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଶହ ଶହ ମହିଳା କର୍ମୀ ବିଧାୟିକାଙ୍କ ଘର ଘେରାଉ କରିଛନ୍ତି। ବିଧାୟିକା ସୁବାସିନୀ ଜେନା ଦଳୀୟ ଅନୁଶାସନ ଉଲ୍ଲଂଘନ କରିଥିବା ଦର୍ଶାଇ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ନିର୍ବାଚନ ସମୟରେ ବିଶ୍ୱାସଘାତକତା କରି ଦଳକୁ ଅଡୁଆରେ ପକାଇଥିବା ନେଇ ସୁବାସିନୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଦାବି କରିଛି ବିଜୁ ମହିଳା ଜନତା ଦଳ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking