27.1 C
Bhubaneswar
Sunday, March 22, 2026
Homeଓଡିଶାଦୁର୍ଦ୍ଦାନ୍ତ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ଦୁର୍ଦ୍ଦାନ୍ତ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ପୁଲିସ ନିକଟରେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମୁଲୁଗୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏସପି ଡ.ପି.ସାବିରଶଙ୍କ ନିକଟରେ ମାଓ ସଂଗଠନର ଡିଭିସିଏମ ସଦସ୍ୟା ପୁଲସାମ ପଦ୍ମା(୫୨) ଆତ୍ମସମର୍ପଣ କରିଛନ୍ତି। ପୁଲସାମ ପଦ୍ମା କେନ୍ଦ୍ରୀୟ କମିଟି ସଦସ୍ୟ ସ୍ବର୍ଗତଃ କାଟାକାମ ସୁଦର୍ଶନ ଓରଫ ଆନନ୍ଦଙ୍କର ପତ୍ନୀ। ପିଲା ବେଳରୁ ହିଁ ସେ ମାଓ ସଂଗଠନ ସହ ଜଡିତ ଥିଲେ। ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାର ଟୁପାକୁଲାଗେଡେମ ଗ୍ରାମରେ ତାଙ୍କର ଜନ୍ମ।

ଏହି ଅଞ୍ଚଳ ସମ୍ପୂର୍ଣ୍ଣ ମାଓ ପ୍ରବଣ ଥିବା ବେଳେ ମାଓବାଦୀ ଲଗାତାର ଏହି ଗ୍ରାମ ମାନଙ୍କରେ ବୈଠକ କରି ସରକାରଙ୍କ ବିରୋଧରେ ଲୋକଙ୍କୁ ମତାଉଥିଲେ। ସଂଗଠନରେ ଏବେ ବୟସ୍କାମାନେ ରୋଗଗ୍ରସ୍ତ ହୋଇ ନାହିଁ ନଥିବା ହଇରାଣ ହେଉଥିବା କୁହାଯାଉଛି। ପୁଲସାମା ପଦ୍ମା ମଧ୍ୟ ବୟସର ଅପରାହ୍ନରେ ପହଞ୍ଚି ବହୁ କଷ୍ଟ ଭୋଗୁଥିବା କହିଛନ୍ତି। ସେ ପୁଲିସ ନିକଟରେ ଆତ୍ମସମର୍ପଣ କରି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୁଲିସକୁ ପ୍ରଦାନ କରିଛନ୍ତି। ପୁଲିସ ଆଗାମୀ ଦିନରେ ତାଙ୍କୁ ଥଇଥାନ କରିବ ବୋଲି କହିଛି। ତାଙ୍କ ନାମରେ ୮ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking