14.1 C
Bhubaneswar
Saturday, January 18, 2025
Homeଦେଶ ବିଦେଶଆଶ୍ଚର୍ଯ୍ୟ! ମରୁଭୂମିରେ ବିଛେଇ ହୋଇଗଲା ଧଳା ବରଫ ଚାଦର

ଆଶ୍ଚର୍ଯ୍ୟ! ମରୁଭୂମିରେ ବିଛେଇ ହୋଇଗଲା ଧଳା ବରଫ ଚାଦର

ନୂଆଦିଲ୍ଲୀ: ଅଦ୍ଭୁତ ତଥା ଆଶ୍ଚର୍ଯ୍ୟ । ଇତିହାସରେ ପ୍ରଥମ ଥର ସାଉଦି ଆରବରେ ପଡ଼ିଛି ବରଫ । ମରୁଭୂମି ପାଇଁ ବିଶ୍ୱ ବିଖ୍ୟାତ ସାଉଦି ଆରବର କିଛି ଭାଗରେ ପ୍ରବଳ ବର୍ଷା ସାଙ୍ଗକୁ ତୁଷାରପାତ ଦେଖିବାକୁ ମିଳିଛି । ଅଲ୍‌-ଜୈଫ୍ ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁ ଦେଶରେ ଏକ ଶୀତକାଳୀନ ୱଣ୍ଡରଲ୍ୟାଣ୍ଡ ସୃଷ୍ଟି ହୋଇଛି । ଅଞ୍ଚଳରେ ହୋଇଥିବା ପ୍ରବଳ ବର୍ଷା ଏବଂ କୁଆପଥର ବୃଷ୍ଟି ପରେ ଏହି ଅଦ୍ଭୁତପୂର୍ବ ଦୃଶ୍ୟ ଦେଖାଯାଇଛି।

କୁହାଯାଉଛି ଯେ ଅଲ୍‌-ଜୈଫ୍ ଅଞ୍ଚଳର ଲୋକେ ସକାଳୁ ଉଠିବା ପରେ ଧଳା ବରଫ ଚାଦର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସାଉଦି ପ୍ରେସ୍ ଏନେଜ୍ସି କହିଛି ଯେ ଏଠାରେ କେବଳ ତୁଷାରପାତ ହୋଇନାହିଁ, ବରଂ ଝରଣା ମଧ୍ୟ ସୃଷ୍ଟି ହୋଇଛି । ଉପତ୍ୟକା ପୁଣିଥରେ ପୁନର୍ଜୀବିତ ହୋଇ ଅଞ୍ଚଳକୁ ଜୀବନରେ ଭରିଦେଇଛି । ଶୀତଦିନ ଭଳି ଦେଖାଯାଉଥିବା ଏହି ଦୃଶ୍ୟ ଏକ ପରିବର୍ତ୍ତନର ପ୍ରତୀକ । କାରଣ, ଦେଶ ଶୀତରେ ପ୍ରବେଶ କରୁଥିବା ବେଳେ ବସନ୍ତ ଋତୁର ମାର୍ଗ ପ୍ରଶସ୍ତ ହେଉଛି, ଯେଉଁଥିପାଇଁ ଏହି ଅଲ୍‌-ଜୈଫ୍ ଅଞ୍ଚଳ ପ୍ରସିଦ୍ଧ ।

ସେପଟେ ଏହାରି ଭିତରେ ସାଉଦି ଆରବ ପାଣିପାଗ ବିଭାଗ ଆଗାମୀ ଦିନରେ ଖରାପ ପାଣିପାଗର ଚେତାବନୀ ଜାରି କରିଛି । ଅଲ୍‌-ଜୈଫର ଅଧିକାଂଶ ଭାଗରେ ଝଡ଼ର ଆଶଙ୍କା କରାଯାଇଛି । ପୂର୍ବାନୁମାନ ଅନୁସାରେ, ଆଗାମୀ ଦିନରେ ପ୍ରବଳ ବର୍ଷା ଏବଂ କୁଆପଥ ବୃଷ୍ଟି ଯୋଗୁ ଭିଜିବିଲିଟି କମ୍ ହୋଇପାରେ । ଝଡ଼ ସହିତ ପ୍ରବଳ ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । ତେଣୁ ଅଧିକାରୀମାନଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ବିଶେଷଜ୍ଞମାନଙ୍କ କହିବା ହେଲା, ମରୁଭୂମିରେ ତୁଷାରପାତ ଭଳି ଅସାଧାରଣ ଘଟଣା ବାୟୁମଣ୍ଡଳୀୟ ସ୍ଥିତି ପରିବର୍ତ୍ତନ ହେତୁ ହେଉଛି । ଚଳିତ ବର୍ଷ ଆରମ୍ଭରେ ସାଉଦି ଆରବର ରାଜଧାନୀ ରିୟାଦରେ ପ୍ରବଳ ବର୍ଷା ପରେ ଭୟଙ୍କର ବନ୍ୟା ମାଡ଼ି ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking