25.1 C
Bhubaneswar
Friday, October 25, 2024
Homeଦେଶ ବିଦେଶସର୍ଜିଲ ଇମାମକୁ ଝଟ୍‌କା, ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ସର୍ଜିଲ ଇମାମକୁ ଝଟ୍‌କା, ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ସର୍ଜିଲ୍ ଇମାମକୁ ଜାମିନ ଦେବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । କିନ୍ତୁ ସର୍ଜିଲ ଇମାମର ଜାମିନ ଆବେଦନର ଜଲଦି ଶୁଣାଣି କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି ସର୍ବୋଚ୍ଚ ଅଦାଲତ । ଜଷ୍ଟିସ ବେଲା ତ୍ରିବେଦୀ ଏବଂ ଏସସି ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି, ହାଇକୋର୍ଟରେ ମାମଲା ରହିଛି । ସେଠାକୁ ନଯାଇ ସିଧାସଳଖ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିବା ଉଚିତ ନୁହେଁ । ସର୍ଜିଲର ଓକିଲ ସୁପ୍ରିମକୋର୍ଟରେ କହିଛନ୍ତି ଯେ, ‘୨୦୨୨ରୁ ହାଇକୋର୍ଟରେ ଜାମିନ ଆବେଦନ ପଡ଼ିରହିଛି । ବିଭିନ୍ନ ସମୟରେ ଶୁଣାଣି ହୋଇପାରୁ ନାହିଁ ।’

ଖଣ୍ଡପୀଠ କହିଛନ୍ତି, ‘ସମ୍ବିଧାନର ଅନୁଚ୍ଛେଦ ୩୨ ଆଧାରରେ ଏହି ଆବେଦନ ହୋଇଛି । ତେଣୁ ଆମେ ଏହା ଉପରେ ଶୁଣାଣି କରିବାକୁ ଇଚ୍ଛୁକ ନୁହେଁ । କିନ୍ତୁ ଆବେଦନକାରୀ ହାଇକୋର୍ଟରେ ଜଲଦି ଶୁଣାଣି ପାଇଁ ଅନୁରୋଧ କରିପାରିବେ । ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ବିରୋଧରେ ପ୍ରଦର୍ଶନ ପରେ ୨୦୨୦ରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ସାଂପ୍ରଦାୟିକ ଦଙ୍ଗା ଲାଗି ଚକ୍ରାନ୍ତ କରିଥିବା ଅଭିଯୋଗରେ ସର୍ଜିଲ ଇମାମକୁ ଗିରଫ କରିଥିଲା ପୋଲିସ । ତା ବିରୋଧରେ ୟୁଏପିଏ ଏବଂ ଆଇପିସିର ଅନ୍ୟ ଧାରାରେ ମାମଲା ରୁଜୁ ହୋଇଛି ।

ପ୍ରଥମେ ସର୍ଜିଲ ଇମାମ ଜାମିନ ପାଇଁ ଟ୍ରାୟଲ କୋର୍ଟରେ ଆବେଦନ କରିଥିଲା । କିନ୍ତୁ କୋର୍ଟ ଜାମିନ ଦେବାକୁ ମନା କରିଦେଇଥିଲେ । ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଥିଲା ଇମାମ । ଏପ୍ରିଲ ୨୦୨୨ରେ ପ୍ରଥମେ ତାର ଜାମିନ ଆବେଦନ ଉପରେ ଶୁଣାଣି କରିଥିଲେ ଦିଲ୍ଲୀ ହାଇକୋର୍ଟ । କିନ୍ତୁ ଏବେ ଯାଏଁ ହାଇକୋର୍ଟଙ୍କ କୌଣସି ରାୟ ଆସିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking