21.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଆଜି ଶୁଣାଣି

ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଆଜି ଶୁଣାଣି

ନୂଆଦିଲ୍ଲୀ : ରାଜଧାନୀରେ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ସୋମବାର ଏକ ଶୁଣାଣି କରିବେ। ଜଷ୍ଟିସ୍ ଅଭୟ ଏସ୍ ଓକା ଏବଂ ଅଗଷ୍ଟିନ୍ ଜର୍ଜ ମାସିହଙ୍କୁ ନେଇ ଏକ ଖଣ୍ଡପୀଠ ଜାତୀୟ ରାଜଧାନୀ ତଥା ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ନିର୍ଦ୍ଦେଶ ଚାହିଁଥିବା ଏକ ଆବେଦନ ଉପରେ ଶୁଣାଣି କରିବେ। ସହରରେ ବାୟୁ ପ୍ରଦୂଷଣର ଅବନତିକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ନ୍ୟାୟାଳୟ ଏକ ଜରୁରୀ ଶୁଣାଣି ପାଇଁ ସହମତ ହୋଇଥିଲେ। ଆଜି ତାହାର ଶୁଣାଣି କରାଯିବ। ସୋମବାର ଦିନ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୮୧ କୁ ବୃଦ୍ଧି ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking