17.1 C
Bhubaneswar
Wednesday, November 27, 2024
Homeଦେଶ ବିଦେଶମଦ୍ରାସାକୁ ସୁପ୍ରିମକୋର୍ଟଙ୍କ ‘ଫାଜିଲ-କାମିଲ' ଝଟ୍‌କା

ମଦ୍ରାସାକୁ ସୁପ୍ରିମକୋର୍ଟଙ୍କ ‘ଫାଜିଲ-କାମିଲ’ ଝଟ୍‌କା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଦ୍ରାସା ବୋର୍ଡର ଫାଜିଲ ଏବଂ କାମିଲ ଡିଗ୍ରୀକୁ ଅସାମ୍ବିଧାନିକ ବୋଲି ବିବେଚନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହା ୟୁଜିସିର ସ୍ୱତନ୍ତ୍ର ଅଧିକାର। ୟୁପିର ମଦ୍ରାସାରେ ଉଚ୍ଚ ବିଦ୍ୟାଳୟ ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଡିଗ୍ରୀ ରହିଛି। ଏହାପରେ ଫାଜିଲ ଏବଂ କାମିଲ ଡିଗ୍ରୀ। ୟୁଜିସିର ଏହି ପାଠ୍ୟକ୍ରମଗୁଡିକର ମାନ୍ୟତା ଦାବି କରିଥିଲା ମଦ୍ରାସା ବୋର୍ଡ। ୟୁଜିସି ଏପର୍ଯ୍ୟନ୍ତ ଏନେଇ ଅନୁମୋଦନ ଦେଇନାହିଁ। ତେଣୁ ମଦ୍ରାସା ବୋର୍ଡ ଫାଜିଲ ଓ କାମିଲ ଡିଗ୍ରୀ ଅନୁମତି ସୁପ୍ରିମକୋର୍ଟଙ୍କୁ ମାଗିଥିଲା। ହେଲେ ଏହି ଅଧିକାର ୟୁଜିସିର ବୋଲି କହି ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି। ଏହାର ଅର୍ଥ ମଦ୍ରାସା ଉଚ୍ଚଶିକ୍ଷା ଡିଗ୍ରୀ ଦେଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ମଦ୍ରାସାର ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଲାଭ କରିପାରିବେ କିନ୍ତୁ ସ୍ନାତକୋତ୍ତର ଓ ସ୍ନାତକୋତ୍ତର ପାଇଁ ଫାଜିଲ ଓ କାମିଲ ନାମରେ ଦିଆଯାଇଥିବା ଡିଗ୍ରୀ ନେଇପାରିବେ ନାହିଁ କାରଣ ଏହା ୟୁଜିସି ନିୟମ ବିରୁଦ୍ଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରକାଶ, ମଦ୍ରାସା ବୋର୍ଡ କାମିଲ ନାମରେ ପ୍ରାକ୍‌-ସ୍ନାତକ ଏବଂ ଫାଜିଲ ନାମରେ ସ୍ନାତକୋତ୍ତର ଡିଗ୍ରୀ ପ୍ରଦାନ କରୁଛି । ଏହା ଅଧୀନରେ ଡିପ୍ଲୋମା ମଧ୍ୟ ପ୍ରଦାନ କରାଯାଏ, ଯାହାକୁ କାରି କୁହାଯାଏ । ଏହାବ୍ୟତୀତ ମୁନ୍ସି ମୌଲବୀ (ଦଶମ ଶ୍ରେଣୀ) ଓ ଆଲିମ୍ (ଦ୍ୱାଦଶ ଶ୍ରେଣୀ)ଙ୍କ ପରୀକ୍ଷା ମଧ୍ୟ ପରିଚାଳନା କରାଯାଇଥାଏ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking