25.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶମନ୍ତ୍ରୀ ବିଜୟ ଶାହଙ୍କ ଗିରଫଦାରୀ ଉପରେ ସ୍ଥଗିତାଦେଶ ଜାରି କଲେ ସୁପ୍ରିମକୋର୍ଟ

ମନ୍ତ୍ରୀ ବିଜୟ ଶାହଙ୍କ ଗିରଫଦାରୀ ଉପରେ ସ୍ଥଗିତାଦେଶ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଥିବା କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ବିରୋଧରେ ମନ୍ତବ୍ୟ ଦେବା ପାଇଁ ବିଜେପି ମନ୍ତ୍ରୀ କୁନୱର ବିଜୟ ଶାହଙ୍କ ଗିରଫଦାରୀ ଉପରେ ସୁପ୍ରିମକୋର୍ଟ ତାଙ୍କର ମଧ୍ୟବର୍ତ୍ତୀକାଳୀନ ଆଦେଶକୁ ବୃଦ୍ଧି କରିଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି ଯେ ମାମଲାର ଶୁଣାଣି ଯେତେବେଳେ ସୁପ୍ରମକୋର୍ଟ କରୁଛନ୍ତି ତାହା ଉପରେ ହାଇକୋର୍ଟ ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ ।

ଅସଭ୍ୟ, ବର୍ବର ଆଶାଳୀନ ଓ ନିଜ ପଦବୀର ମର୍ଯ୍ୟଦା ହରାଇ ମନ୍ତ୍ରୀ ବିଜୟ ଶାହ କର୍ଣ୍ଣଲ ସୋଫିଆ କ୍ୟୁରେସୀଙ୍କ ଉପରେ ଯେଉଁ ବୟାନ ଦେଇଥିଲେ ତାକୁ ନେଇ ସାରା ଦେଶ ଲଜ୍ଜା ଅନୁଭବ କରୁଛି । ଏହା ବିରୋଧରେ ମଧ୍ୟପ୍ରଦେଶ ହାଇକୋର୍ଟ ଠାରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଅନେକ ଅଭିଯୋଗ ହୋଇଛି । ହାଇକୋର୍ଟରେ ହୋଇଥିବା ମାମଲାକୁ ଚ୍ୟାଲେଞ୍ଜ କରି ମନ୍ତ୍ରୀ ବିଜୟ ଶାହ ସୁପ୍ରିମକୋର୍ଟ ପହଂଚିଥିଲେ । ଶୀର୍ଷ ଅଦାଲତ ଏବେ ତାଙ୍କ ଗିିରଫଦାରୀ ଉପରେ ରୋକ୍ ଲଗାଇଛନ୍ତି ।

ଆଜି ଶୀର୍ଷ ଆଦାଲତରେ ଏହି ମାମଲାର ଶୁଣାଣି କରି କୋର୍ଟ ବିଜୟ ଶାହଙ୍କ ଗିରଫଦାରୀ ରୋକ୍ ଉପରେ ଅନ୍ତରୀଣ ଆଦେଶକୁ ବୃଦ୍ଧି କରିଛନ୍ତି । ଏହାସହ ଶର୍ଷ ଆଦାଲତଙ୍କ ତରଫରୁ ୩ ଜଣ ଆଇପିଏସଙ୍କ ମାଧ୍ୟମରେ ଏକ କମିଟି ଗଠନ କରି ଘଟଣାର ତଦନ୍ତ କରିବାକୁ ନର୍ଦ୍ଦେଶ ଦେଇଥିଲେ । ଚଳିତ ମାସ ୨୧ ତାରିଖରୁ ଏହା ଉପରେ ତଦନ୍ତ ଆରମ୍ଭ ହୋଇଛି । କମିଟି କହିଛି କି, କିଛି ପ୍ରମାଣ ଯୋଗାଡ କରାଯାଇଥିଲେ ବି ତଦନ୍ତ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ସେପଟେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇମାସର ଦ୍ୱିତୀୟ ସପ୍ତାହରେ ହେବ ବୋଲି କୋର୍ଟ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking