18.1 C
Bhubaneswar
Monday, February 9, 2026
Homeଦେଶ ବିଦେଶରାଜ୍ୟଗୁଡ଼ିକଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ରାଜ୍ୟଗୁଡ଼ିକଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: “ଦେଶର ପ୍ରାୟ ଅଧିକାଂଶ ରାଜ୍ୟ ନିଜ ନିଜ ନାଗରିକଙ୍କୁ ସୁଲଭ ଚିକିତ୍ସା ସେବା ଏବଂ ସେବା ଭିତ୍ତିଭୂମି ସୁନିଶ୍ଚିତ କରିବାରେ ବିଫଳ ହୋଇଛନ୍ତି। ବିଶେଷକରି ସମାଜର ଗରିବ ବର୍ଗର ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ଔଷଧ, ସେବା ଚିକିତ୍ସା ଆଦି ଯୋଗାଇବା କ୍ଷେତ୍ରରେ ରାଜ୍ୟଗୁଡ଼ିକର ଉଦାସୀନ ମନୋଭାବ ସ୍ପଷ୍ଟ ପ୍ରତିଫଳିତ ହେଉଛି। ଏହା ରାଜ୍ୟ ସରକାରଙ୍କ ଏକ ବଡ଼ ପ୍ରଶାସନିକ ତଥା ପରିଚାଳନାଗତ ବିଫଳତା।” ମଙ୍ଗଳବାର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିବା ଅବସରରେ ସୁପ୍ରିମକୋର୍ଟ ଗରିବ ବର୍ଗର ହିତାଧିକାରୀଙ୍କ ପ୍ରତି ରାଜ୍ୟ ସରକାର ଦେଖାଉଥିବା ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିବା ପୂର୍ବକ ଉପରୋକ୍ତ ବିବୃତି ଦେଇଛନ୍ତି।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ତ ଏନ୍‌କେ ସିଂହଙ୍କ ଖଣ୍ଡପୀଠ କହିଛନ୍ତି, ରାଜ୍ୟ ସରକାରଙ୍କ ଏହି ବିଫଳତା, ବେସରକାରୀ ହସ୍ପିଟାଲଗୁଡ଼ିକୁ ସୁବିଧା ଏବଂ ପ୍ରୋତ୍ସାହନ ପ୍ରଦାନ କରିଛି। ଉପଯୁକ୍ତ ଚିକିତ୍ସା ସେବା ସୁନିଶ୍ଚିତ କରିବା ରାଜ୍ୟଗୁଡ଼ିକର କର୍ତ୍ତବ୍ୟ। କିନ୍ତୁ ଏହି କର୍ତ୍ତବ୍ୟ ପ୍ରତି ରାଜ୍ୟ ସରକାର ଉଦାସୀନ ମନୋଭାବ ପୋଷଣ କରୁଛନ୍ତି। ପ୍ରକାଶ, ଆବେଦନକାରୀ ନିଜ ଆବେଦନରେ ଦାବି କରିଥିଲେ ଯେ, ଘରୋଇ ହସ୍ପିଟାଲଗୁଡ଼ିକ ରୋଗୀ ଏବଂ ସେମାନଙ୍କ ପରିବାରକୁ ଅତ୍ୟଧିକ ଟଙ୍କା ଦାବି କରିବା ସହିତ ସେଠାରେ ଥିବା ଫାର୍ମାସିରୁ ଔଷଧ, ଇମ୍ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ କିଣିବାକୁ ବାଧ୍ୟ କରୁଛନ୍ତି। ଏତଦ୍‌ବ୍ୟତୀତ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ନିୟାମକ ଏବଂ ସଂଶୋଧନମୂଳକ ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି, ଯାହା ଫଳରେ ରୋଗୀମାନେ ଶୋଷଣ ହେଉଛନ୍ତି ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ। ଶୁଣାଣି ସମୟରେ ଆବେଦନକାରୀଙ୍କ ଯୁକ୍ତି ବା ଦାବି ଉପରେ ଜବାବ ରଖି ଖଣ୍ଡପୀଠ କହିଥିଲେ ଯେ, “ଆମେ ଆପଣଙ୍କ ସହିତ ସହମତ। ରାଜ୍ୟସ୍ତରରେ ଏପରି ଘଟୁଥିବାର ଅନେକ ପ୍ରମାଣ ସାମ୍ନାକୁ ଆସିବାରେ ଲାଗିଛି। ତେବେ ଏହାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେଦିଗରେ ଚିନ୍ତା କରାଯିବା ଜରୁରି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking