24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଭାରତ-ପାକିସ୍ତାନ ମ୍ୟାଚ୍ ସ୍ଥଗିତ ରଖିବାକୁ ମନା କଲେ ସୁପ୍ରିମକୋର୍ଟ

ଭାରତ-ପାକିସ୍ତାନ ମ୍ୟାଚ୍ ସ୍ଥଗିତ ରଖିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୪ରେ ହେବାକୁ ଥିବା ଭାରତ-ପାକିସ୍ତାନ ଟି-୨୦ ମ୍ୟାଚ୍ ବାତିଲ କରିବା ପାଇଁ ଦାୟର ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି, ‘ମ୍ୟାଚ୍ ହେବାକୁ ଦିଅ, ଆମେ ଏହାକୁ ବନ୍ଦ କରିବୁ ନାହିଁ’। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଏବଂ ଅନ୍ୟାନ୍ୟ ଘଟଣାକୁ ଉଲ୍ଲେଖ କରି ୪ ଜଣ ଏଲଏଲବି ଛାତ୍ରଙ୍କ ଆବେଦନରେ ପାକିସ୍ତାନ ସହିତ ମ୍ୟାଚକୁ ଜାତୀୟ ଭାବନାର ଉପହାସ ବୋଲି କୁହାଯାଇଥିଲା। ଗୁରୁବାର (୧୧ ସେପ୍ଟେମ୍ବର, ୨୦୨୫) ଦିନ, ସୁପ୍ରିମକୋର୍ଟକୁ ଏହି ଆବେଦନର ଜରୁରୀ ଶୁଣାଣି ପାଇଁ ଅନୁରୋଧ କରାଯାଇଥିଲା।

ସେପ୍ଟେମ୍ବର ୧୪ ତାରିଖରେ ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ଟି୨୦ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମାମଲାକୁ ବିଚାରପତି ଜେକେ ମାହେଶ୍ୱରୀ ଏବଂ ବିଚାରପତି  ବିଜୟ ବିଷ୍ଣୋଇଙ୍କ ସମ୍ମୁଖରେ ରଖାଯାଇଥିଲା । ଆବେଦନକାରୀଙ୍କ ପକ୍ଷରୁ ଓକିଲ ଖଣ୍ଡପୀଠକୁ କହିଥିଲେ, ‘ମ୍ୟାଚ୍ ରବିବାର ହେବାକୁ ଅଛି, ତେଣୁ ଆବେଦନ ଶୁକ୍ରବାର ତାଲିକାଭୁକ୍ତ କରାଯିବା ଉଚିତ । ‘ ଏହା ଉପରେ କୋର୍ଟ କହିଥିଲେ ଯେ ଏହି ମ୍ୟାଚ୍ ବନ୍ଦ କର ନାହିଁ, ଏହାକୁ ହେବାକୁ ଦିଅ। ଓକିଲ ପୁଣି ଥରେ କୋର୍ଟକୁ ମାମଲା ତାଲିକାଭୁକ୍ତ କରିବାକୁ ଅନୁରୋଧ କରିଥିଲେ, କିନ୍ତୁ କୋର୍ଟ ମନା କରିଦେଇଥିଲେ।

ଉର୍ବଶୀ ଜୈନଙ୍କ ନେତୃତ୍ୱରେ ଚାରି ଜଣ ଆଇନ ଛାତ୍ର ଏକ ଆବେଦନ ଦାଖଲ କରି କହିଛନ୍ତି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ ସିନ୍ଦୂର ପରେ ପାକିସ୍ତାନ ସହିତ ଏକ କ୍ରିକେଟ ମ୍ୟାଚ୍ ଖେଳିବା ଜାତୀୟ ମର୍ଯ୍ୟାଦା ଏବଂ ଜନସାଧାରଣଙ୍କ ଭାବନାର ବିପରୀତ ବାର୍ତ୍ତା ଦେଉଛି। ଭାରତ ଏବଂ ପାକିସ୍ତାନ ୨୦୨୫ ଏସିଆ କପ୍ ପାଇଁ ସେପ୍ଟେମ୍ବର ୧୪ରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ପରସ୍ପରକୁ ମୁହାଁମୁହିଁ ହେବେ।

ଆବେଦନରେ କୁହାଯାଇଛି, “କ୍ରିକେଟ୍ ଦେଶମାନଙ୍କ ମଧ୍ୟରେ ସଦ୍ଭାବନା ଏବଂ ବନ୍ଧୁତା ପ୍ରଦର୍ଶନ କରିବା ପାଇଁ ଉଦ୍ଦିଷ୍ଟ, କିନ୍ତୁ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୁର ପରେ, ଯେତେବେଳେ ଆମର ଲୋକଙ୍କୁ ହତ୍ୟା କରାଯାଇଥିଲା ଏବଂ ଆମର ସୈନିକମାନେ ସର୍ବସ୍ୱ ବାଜିରେ ଲଗାଇ ଦେଇଥିଲେ, ପାକିସ୍ତାନ ସହିତ ଖେଳିବା ବିପରୀତ ବାର୍ତ୍ତା ଦେବ ଯେ ଆମର ସୈନିକମାନେ ନିଜ ଜୀବନ ବଳିଦାନ ଦେଉଛନ୍ତି, ଆମେ ସେହି ଦେଶ ସହିତ ଖେଳୁଛୁ ଯିଏ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି।” ଆବେଦନକାରୀମାନେ କହିଛନ୍ତି, ‘ଏହା ପାକିସ୍ତାନୀ ଆତଙ୍କବାଦୀଙ୍କ ହାତରେ ପ୍ରାଣ ହରାଇଥିବା ପୀଡିତଙ୍କ ପରିବାରର ଭାବନାକୁ ମଧ୍ୟ ଆଘାତ ଦେଇପାରେ। ମନୋରଞ୍ଜନ ଅପେକ୍ଷା ରାଷ୍ଟ୍ରର ମର୍ଯ୍ୟାଦା ଏବଂ ନାଗରିକଙ୍କ ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ।’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking