21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ: ବିବାହ କରିପାରିବେ ୧୬ ବର୍ଷୀୟା ମୁସ୍‌ଲିମ୍ ଝିଅ

ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ: ବିବାହ କରିପାରିବେ ୧୬ ବର୍ଷୀୟା ମୁସ୍‌ଲିମ୍ ଝିଅ

ନୂଆଦିଲ୍ଲୀ: ଦେଶରେ ଏଣିକି ୧୬ ବର୍ଷ ବୟସ୍କା ମୁସଲିମ୍ ଝିଅ ବିବାହ କରିପାରିବେ । ହାଇକୋର୍ଟଙ୍କ ଏଭଳି ଏକ ରାୟକୁ ଯଥାର୍ଥ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଥିସହ ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବାକୁ ମନା କରିବା ସହ ବିରୋଧରେ ଆଗତ ପିଟିସନ୍‌କୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ୨୦୨୨ ମସିହାରେ, ପଞ୍ଜାବର ପଠାନ୍‌କୋଟ ଅଞ୍ଚଳରେ ଜଣେ ୨୧ ବର୍ଷୀୟ ମୁସଲିମ ଯୁବକ ଏବଂ ୧୬ ବର୍ଷୀୟ ମୁସଲିମ ଝିଅଙ୍କ ପ୍ରେମ ବିବାହକୁ ନେଇ ସମସ୍ୟା ସୃଷ୍ଟି ହୋଇଥିଲା । ପରିବାର ଲୋକ ଆପତ୍ତି କରିବାରୁ ଝିଅଜଣକ ନିଜ ସ୍ୱାମୀଙ୍କ ସହ ରହିବାକୁ ଇଚ୍ଛା ପ୍ରକାଶ କରି ହାଇକୋର୍ଟରେ ଏକ ସୁରକ୍ଷା ଆବେଦନ ଦାଖଲ କରିଥିଲେ । ଅନ୍ୟପକ୍ଷେ ପଞ୍ଜାବ-ହରିଆଣା ହାଇକୋର୍ଟ ମଧ୍ୟ ମାମଲାର ଶୁଣାଣି କରିବା ପୂର୍ବକ ଏହି ବିବାହକୁ ମୁସଲିମ ବ୍ୟକ୍ତିଗତ ଆଇନର ବ୍ୟବସ୍ଥା ଅନୁଯାୟୀ ବୈଧ ବୋଲି ବିବେଚନା କରିଥିଲେ । ହାଇକୋର୍ଟ ବିବାହିତ ଦମ୍ପତିଙ୍କୁ ସୁରକ୍ଷା ଯୋଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍‌ସିପିସିଆର) ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ଆବେଦନରେ ଯୁକ୍ତି ଦିଆଯାଇଥିଲା ଯେ, ୧୬ ବର୍ଷ ବୟସ୍କ ମୁସଲିମ ଝିଅର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬ର ଉଲ୍ଲଂଘନ । ଏହି ଆଇନ ଅନୁଯାୟୀ, ଭାରତରେ ଝିଅମାନଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ ୧୮ବର୍ଷ ଧାର୍ଯ୍ୟ କରାଯାଇଛି । ସୁତରାଂ ହାଇକୋର୍ଟଙ୍କ ରାୟକୁ ବାତିଲ କରାଯାଉ । କିନ୍ତୁ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ସମୟରେ ଜଷ୍ଟିସ୍ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ କହିଛନ୍ତି, ଏହି ମାମଲା ସହିତ ଏନ୍‌ସିପିସିଆରର କୌଣସି ସମ୍ପର୍କ ନାହିଁ । ଯଦି ଏହି ମାମଲାରେ କମିସନ ଏକ ପକ୍ଷ ନଥିଲା, ତେବେ ଆବେଦନ କରିବାର ଯଥାର୍ଥତା କ’ଣ ରହିଛି । ପୁଅ ଏବଂ ଝିଅର ବିବାହ ଉଭୟଙ୍କ ସମ୍ମତିରେ ହୋଇଥିଲା । ଏନ୍‌ସିପିସିଆରର ହାଇକୋର୍ଟଙ୍କର ରାୟକୁ ଚ୍ୟାଲେଞ୍ଜ କରିବାର କୌଣସି ଅଧିକାର ନାହିଁ । ଏନ୍‌ସିପିସିଆର ଏକ ସଂଗଠନ । ଯାହାର କାମ ପିଲାମାନଙ୍କ ଅଧିକାରକୁ ସୁରକ୍ଷା ଦେବା । ସୁପ୍ରିମକୋର୍ଟଙ୍କ ଏପ୍ରକାର ରାୟ ଉପରେ ଜାତୀୟ ମାନବାଧିକାର କମିସନର ସଦସ୍ୟ ପ୍ରିୟଙ୍କ କାନୁନଗୋ କହିଛନ୍ତି, ଏପରି ପରିସ୍ଥିତିରେ, ଭବିଷ୍ୟତରେ ପିଲାମାନଙ୍କୁ ସୁରକ୍ଷା ଦେବା କଷ୍ଟକର ହେବ, କାରଣ ଭାରତୀୟ ସଂସଦ ଦ୍ୱାରା ପ୍ରଣୀତ ଆଇନରେ ଯୌନ ସମ୍ପର୍କ ରଖିବାର ବୟସ ୧୮ ବର୍ଷ ହେବା ଉଚିତ୍ ବୋଲି ବ୍ୟବସ୍ଥା ଅଛି । ବର୍ତ୍ତମାନ ସେହି ବୟସକୁ ୧୬ ବର୍ଷକୁ ହ୍ରାସ କରିବା ଦ୍ୱାରା ଯୁବବର୍ଗଙ୍କୁ ଯୌନ ସମ୍ପର୍କ ରଖିବାର ସ୍ୱାଧୀନତା ଦିଆଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking