30.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶରାଗିଗଲେ ସୁପ୍ରିମକୋର୍ଟ ବିଚାରପତି; ଏମିତି କହିଲେ..

ରାଗିଗଲେ ସୁପ୍ରିମକୋର୍ଟ ବିଚାରପତି; ଏମିତି କହିଲେ..

ନୂଆଦିଲ୍ଲୀ: ଶୁକ୍ରବାର ଶୁଣାଣି ସମୟରେ ହଠାତ୍ ରାଗିଗଲେ ସୁପ୍ରିମକୋର୍ଟ ବିଚାରପତି। କୋର୍ଟ ରୁମ ଭିତରେ ଓକିଲଙ୍କ ଉପରେ ରାଗିଯାଇ କହିଲେ ମୁଁ ସବୁ ଫାଇଲ୍ ଫିଙ୍ଗି ଦେବି। କୋର୍ଟ ଭିତରେ ପ୍ରତିଦିନ ଅନୁଶାସନହୀନତା ଦେଖି ବିରକ୍ତ ହୋଇଗଲେଣି ସୁପ୍ରିମକୋର୍ଟ ବିଚାରପତି ଅଭୟ ଓକା। ସୂଚନା ମୁତବକ, ଏହା ସେତେବେଳେ ଘଟିଥିଲା ​​ଯେତେବେଳେ ଅନେକ ଓକିଲ ଏକକାଳୀନ କହିବା ଆରମ୍ଭ କରିଥିଲେ ଏବଂ ସେମାନଙ୍କର ଯୁକ୍ତି ବଢ଼ିବାରେ ଲାଗିଥିଲା। ବିଚାରପତି ଅଭୟ ଓକା କୋର୍ଟ ଭିତରେ ଏସବୁ ଦେଖି ଓକିଲଙ୍କୁ ଶାନ୍ତ ରହିବାକୁ ଚେଷ୍ଟା କରିଥିଲେ।

ଏଥିସହ ଓକିଲମାନେ ଗୋଟିଏ ଗୋଟିଏ କରି ସେମାନଙ୍କର ଯୁକ୍ତି ଉପସ୍ଥାପନ କରିବାକୁ କହିଥିଲେ। କିନ୍ତୁ ଓକିଲମାନେ ଶାନ୍ତ ନହୋଇ ଏକାବେଳେ ଆହୁରି ଯୁକ୍ତି କରିବାରେ ଲାଗିଥିଲେ ଯାହାଫଳରେ ବିଚାରପତି ରାଗି ଯାଇଥିଲେ। ବିଚାରପତି ଅଭୟ ଓକା ରାଗିଯାଇ କହିଥିଲେ ଯେ, “ଯଦି କୋର୍ଟ ଭିତରେ ଏପରି ପରିବେଶ ରହେ, ତେବେ ମୁଁ ସମସ୍ତ ଫାଇଲ୍ ଫିଙ୍ଗି ଦେବି। ଏବେ ଏକ ନିୟମ ଲାଗୁ କରାଯିବା ଯଦି ଓକିଲମାନେ ଏକା ସମୟରେ ଲଗାତାର ଯୁକ୍ତି କରିବେ ତେବେ ସେମାନଙ୍କର ଫାଇଲ୍ ଫିଙ୍ଗି ଦିଆଯିବ।”

ବିଚାରପତି ଅଭୟ ଓକା ଆହୁରି କହିଛନ୍ତି, “ଏହି ପ୍ରକାରର ଅନୁଶାସନହୀନତା କେବଳ ସୁପ୍ରିମକୋର୍ଟରେ ଦେଖାଯାଏ। କାରଣ ମୁଁ କର୍ଣ୍ଣାଟକ ଏବଂ ବମ୍ବେ ହାଇକୋର୍ଟରେ ମଧ୍ୟ କାର୍ଯ୍ୟ କରିଛି, କିନ୍ତୁ ସେଠାରେ ଏପରି କିଛି ଦେଖିନାହିଁ।” ଏହା କେବଳ ପ୍ରଥମ ଥର ନୁହେଁ ଯେ ବିଚାରପତି ଅଭୟ ଓକା ଓକିଲମାନଙ୍କ ଉପରେ ରାଗିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଅନେକ ମାମଲାରେ ଓକିଲମାନଙ୍କ ଦ୍ୱାରା ଦିଆଯାଇଥିବା ମିଥ୍ୟା ବୟାନ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking