14.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଶ୍ରୀଲଙ୍କା ନାଗରିକଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ଶ୍ରୀଲଙ୍କା ନାଗରିକଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତ କୌଣସି ଧର୍ମଶାଳା ନୁହେଁ, ଯିଏ ଚାରିଆଡୁ ଆସୁଥିବା ଶରଣାର୍ଥୀଙ୍କୁ ଆଶ୍ରୟ ଦେଇପାରିବ । ଶ୍ରୀଲଙ୍କାର ଜଣେ ନାଗରିକଙ୍କୁ ଶରଣ ଦେବା ନେଇ ଆଗତ ପିଟିସନକୁ ଖାରଜ କରି ସୁପ୍ରିମକୋର୍ଟ ସୋମବାର ଏହା କହିଛନ୍ତି । ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଥିବା ଆବେଦନ ଶ୍ରୀଲଙ୍କାର ଜଣେ ନାଗରିକ କରିଥିଲେ ଯିଏକି ଭାରତରେ ଜେଲ୍ ଦଣ୍ଡ ଭୋଗ କରିବା ପରେ ନିଜ ଦେଶକୁ ପ୍ରତ୍ୟର୍ପଣ ହେବାକୁ ଚାହୁଁନାହାନ୍ତି । ସେ ତାଙ୍କ ପ୍ରତ୍ୟର୍ପଣ ନିଷ୍ପତ୍ତିକୁ ଭାରତୀୟ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହା ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରି ଏପରି କହିଛନ୍ତି । ସୁପ୍ରିମକୋର୍ଟ ଏହି ଅବସରରେ କହିଛନ୍ତି ଯେ, ଆମେ ଏମିତିରେ ବି ୧୪୦ କୋଟି ଜନସଂଖ୍ୟା ସହିତ ସଂଘର୍ଷ କରୁଛୁ । ଭାରତ ଏକ ଧର୍ମଶାଳା ନୁହେଁ ଯେଉଁଠାରେ ଆମେ ବିଭିନ୍ନ ସ୍ଥାନରୁ ଆସୁଥିବା ବିଦେଶୀ ନାଗରିକମାନଙ୍କ ମନୋରଞ୍ଜନ କରିପାରିବୁ । ଜଷ୍ଟିସ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ୍ କେ ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବାକୁ ଯାଇ ଏପରି କହିଛନ୍ତି ।

ଶ୍ରୀଲଙ୍କାର ଏହି ନାଗରିକଜଣକ କୌଣସି ଅପରାଧରେ ଭାରତରେ ଗିରଫ ହୋଇଥିଲେ । ଶ୍ରୀଲଙ୍କାରେ ମଧ୍ୟ ତାଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଛି । ତେବେ ଭାରତ ସରକାରଙ୍କୁ ଅନୁରୋଧ ପୂର୍ବକ ଶ୍ରୀଲଙ୍କା ସରକାର ଯେତେବେଳେ ଏହି ନାଗରିକଙ୍କ ପ୍ରତ୍ୟର୍ପଣ କରାଯିବା ନେଇ ଆଲୋଚନା କରୁଛନ୍ତି ସେତେବେଳେ ସେ ନିଜ ଦେଶରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପ୍ରର୍ତପ୍ରଣ ଆବେଦନକୁ ଚ୍ୟାଲେଞ୍ଜ୍ କରିଛନ୍ତି । ତେବେ ଖଣ୍ଡପୀଠ ଏହି ଆବେଦନକାରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯଦି ନିଜ ଦେଶରେ ଜୀବନ ପ୍ରତି ବିପଦ ରହିଥିବା ନେଇ ଅନୁଭବ ହେଉଛି ତେବେ ସେ ଅନ୍ୟ ଦେଶକୁ ମଧ୍ୟ ଯାଇପାରିବେ, କିନ୍ତୁ ଭାରତରେ ରହିବାକୁ ଅନୁରୋଧ କରିବା ବୃଥା ।

ପ୍ରକାଶ, ସୁପ୍ରିମକୋର୍ଟ, ମାଡ୍ରାସ ହାଇକୋର୍ଟର ଏକ ଆଦେଶକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନର ଶୁଣାଣି କରୁଥିଲେ, ଯେଉଁଥିରେ ଆବେଦନକାରୀଙ୍କୁ, ଯିଏକି ବେଆଇନ କାର୍ଯ୍ୟକଳାପ (ନିଷେଧ) ଅଧିନିୟମ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଥିଲେ, ୭ ବର୍ଷର ଦଣ୍ଡ ଶେଷ ହେବା ପରେ ତୁରନ୍ତ ନିଷ୍କାସନ କରାଯିବା ନିର୍ଦ୍ଦେଶ ଦିଆଯାଇଥିଲା । ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଆବେଦନକାରୀଙ୍କ ଆଇନୀଜୀବୀ ଯୁକ୍ତି ବାଢ଼ିଥିଲେ ଯେ, ଆବେଦନକାରୀ ଜଣେ ଶରଣାର୍ଥୀ ଏବଂ ତାଙ୍କ ପତ୍ନୀ ଏବଂ ସନ୍ତାନମାନେ ପୂର୍ବରୁ ଭାରତରେ ବସବାସ କରୁଛନ୍ତି । କିନ୍ତୁ ଏହା ଖଣ୍ଡପୀଠଙ୍କ ଉପରେ କୌଣସି ପ୍ରଭାବ ପକାଇନଥିଲା ।ଜଷ୍ଟିସ ଦତ୍ତ, ଆବେଦନକୁ ଖାରଜ କରି, କହିଥିଲେ ଯେ ଧାରା ୧୯ ଅନୁଯାୟୀ ଭାରତରେ ବସବାସ କରିବାର ମୌଳିକ ଅଧିକାର କେବଳ ଭାରତୀୟ ନାଗରିକମାନଙ୍କ ପାଇଁ ସଂରକ୍ଷିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking