33.1 C
Bhubaneswar
Wednesday, March 11, 2026
Homeଦେଶ ବିଦେଶଇଚ୍ଛା ମୃତ୍ୟୁକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ଇଚ୍ଛା ମୃତ୍ୟୁକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଇଚ୍ଛା ମୃତ୍ୟୁକୁ ଅନୁମତି ଦେଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ବୁଧବାର ପ୍ରଥମ ଥର ପାଇଁ ୨୦୧୮ କମନ କଜ ରାୟରେ ଥିବା ଆଇନଗତ ଢାଞ୍ଚା ଅନୁଯାୟୀ ନିଷ୍କ୍ରିୟ ଇଚ୍ଛା ମୃତ୍ୟୁକୁ ଅନୁମତି ଦେଇଛନ୍ତି । ଜଷ୍ଟିସ ଜେବି ପାରଦିୱାଲା ଏବଂ ଜଷ୍ଟିସ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି । ଯାହା ଭାରତର ସମ୍ମାନ ସହିତ ମରିବା ଅଧିକାର ନ୍ୟାୟ ଶାସ୍ତ୍ରରେ ଏକ ମୋଡ ଆଣିଛି ।ହରିଶ ରାଣା ନାମକ ଏକ ଯୁବକଙ୍କ ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ଏହା ଇତିହାସରେ ପ୍ରଥମ । ଏହି ରାୟ ସମ୍ମାନର ସହିତ ମୃତ୍ୟୁବରଣ କରିବାର ଅଧିକାର ଅଧୀନରେ ନିଷ୍କ୍ରିୟ ଇଚ୍ଛା ମୃତ୍ୟୁକୁ ଅନୁମତି ଦେଇଛନ୍ତି । କୋର୍ଟ ହରିଶଙ୍କୁ ଏମସର ପାଲିଏଟିଭ କେୟାର ୟୁନିଟରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ ଯାହା ଧୀରେ ଧୀରେ ଚିକିତ୍ସା ପ୍ରତ୍ୟାହାର କରାଯାଇପାରିବ । ସୁପ୍ରିମ କୋର୍ଟ କହିଛନ୍ତି, ସମଗ୍ର ପ୍ରକ୍ରିୟା ମର୍ଯ୍ୟାଦା , କରୁଣା ଏବଂ ଚିକିତ୍ସା ଏବଂ ନୈତିକ ପ୍ରୋଟୋକୋଲରେ ପାଳନ କରିବା ଉଚିତ । ପୂର୍ବରୁ ହରିଶଙ୍କ ପିତାମାତା ବିଚାରପତିମାନଙ୍କ ସହ କଥା ହୋଇଥିଲେ । ଆଉ ବିଚାରପତି ଭାବପ୍ରବଣ ହୋଇ ସେମାନଙ୍କ ମାନସିକ ଅବସ୍ଥା ବୁଝିଥିଲେ । ଡାକ୍ତରଙ୍କ କହିବା ଅନୁସାରେ ହରିଶଙ୍କ ସ୍ୱାସ୍ଥ୍ୟ ସୁସ୍ଥ ହେବାର କୌଣସି ସମ୍ଭାବନା ନାହିଁ । ସେନେଇ ସୁପ୍ରିମ କୋର୍ଟ ଏଭଳି ନିଷ୍ପତ୍ତିକୁ ଅନୁମତି ଦେଇଛନ୍ତି ।

ଦୀର୍ଘ ୧୩ ବର୍ଷ ହେଲା କୋମାରେ ପଡି ଚିକିତ୍ସିତ ହେଉଛନ୍ତି ହରିଶ । ପଞ୍ଜାବ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ ହରିଶ ରାଣା । ୨୦୧୩ରେ ଚତୁର୍ଥ ମହଲାରୁ ପଡି ଗୁରୁତର ଆହତ ହୋଇଥିଲେ । ୧୩ ବର୍ଷ ମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ହୋଇନାହିଁ । ଏହି ଦୁର୍ଘଟଣାରେ ମସ୍ତିଷ୍କରେ ଗୁରୁତର ଆଘାତ ଲାଗିଥିଲା, ଯାହା ଫଳରେ ସେ ୧୦୦ ପ୍ରତିଶତ ଅକ୍ଷମତା ସହିତ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇଯାଇଥିଲେ । ବର୍ଷ ବର୍ଷ ଧରି  ଅନେକ ଶଯ୍ୟାଶାୟୀ ରୋଗ ଦେଖାଦେଲା । ତାଙ୍କ ପିତାମାତା ତାଙ୍କର ଦୀର୍ଘ ଯନ୍ତ୍ରଣାର କଷ୍ଟ ସହି ନ ପାରି ଅନୁମତି ମାଗିବା ପରେ, କୋର୍ଟ ଏମ୍ସରୁ ଚିକିତ୍ସା ରିପୋର୍ଟ ଆଧାରରେ ନିଷ୍କ୍ରିୟ ଇଚ୍ଛାମୃତ୍ୟୁକୁ ଅନୁମତି ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking