33.1 C
Bhubaneswar
Sunday, July 7, 2024
Homeଦେଶ ବିଦେଶଏନ୍‌ଆଇଏକୁ ସୁପ୍ରିମକୋର୍ଟଙ୍କ ତାଗିଦ୍‌: ଆଇନର ଉପହାସ କରନାହିଁ

ଏନ୍‌ଆଇଏକୁ ସୁପ୍ରିମକୋର୍ଟଙ୍କ ତାଗିଦ୍‌: ଆଇନର ଉପହାସ କରନାହିଁ

ନୂଆଦିଲ୍ଲୀ: ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପର ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏକୁ ଆଜି ଏକ ମାମଲାରେ ସୁପ୍ରିମକୋର୍ଟ କଡ଼ା ତାଗିଦ୍ କରିଛନ୍ତି । ଆତଙ୍କବାଦ ମାମଲାରେ ଜେଲରେ ୪ ବର୍ଷ ଧରି ବନ୍ଦୀ ଥିବା ଜଣେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ଅବସରରେ କୋର୍ଟ ମୌଖିକ ଭାବେ ଏନ୍‌ଆଇଏର ବିଳମ୍ବିତ ତଦନ୍ତକୁ ସମାଲୋଚନା କରି କହିଛନ୍ତି, ଆଇନର ଉପହାସ କରନାହିଁ । ଆଜି ବିଚାରପତି ଉଜ୍ଜ୍ୱଳ ଭୂୟାଁ ଓ ଜେବି ପର୍ଦ୍ଦିୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଜାତୀୟ ତଦନ୍ତକାରୀ ସଂସ୍ଥା ଏକ ଅଭିଯୋଜନ ସଂସ୍ଥା । ସେହି ବ୍ୟକ୍ତି ଯେଉଁ ଅପରାଧ କରୁନା କାହିଁକି ତାଙ୍କର ‘ତ୍ୱରିତ ଅନୁସନ୍ଧାନ’ର ସମସ୍ତ ଅଧିକାର ରହିଛି ଏବଂ ମାମଲାରେ ଶୁଣାଣି ଆରମ୍ଭ କରାଯିବା ବାଧ୍ୟତାମୂଳକ ବ୍ୟବସ୍ଥା । ଅଭିଯୁକ୍ତ ୪ ବର୍ଷ ଧରି ଜେଲ୍‌ରେ ଅଛନ୍ତି ଆଜି ଯାଏଁ ତାଙ୍କ ବିରୋଧରେ ଅଭିଯୋଗ ସ୍ଥିର କରାଯାଇପାରିନାହିଁ ।

ଆପଣ କହୁଛନ୍ତି, ଆହୁରି ୮୦ ସାକ୍ଷୀଙ୍କୁ ପଚାରଉଚରା କରିବା ପ୍ରକ୍ରିୟା ବାକିଅଛି, ଏବେ କୁହନ୍ତୁ ଏହି କାମ ଶେଷ ହେବାକୁ କେତେ ଦିନ ଲାଗିବ ଏନ୍‌ଆଇଏ ଓକିଲ ଓ ସରକାରଙ୍କ ପକ୍ଷରୁ ଅଭିଯୋଗ ଫର୍ଦ୍ଦ ଦାଖଲ କରିବାକୁ ଅଧିକ ସମୟ ମଗାଯାଇଥିଲା, କିନ୍ତୁ କୋର୍ଟ ସେମାନଙ୍କୁ ଅଧିକ ସମୟ ନଦେଇ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ, ୯ ଫେବୃଆରି ୨୦୨୦ରେ ଗୁଇନ୍ଦା ସୂଚନା ଆଧାରରେ ମୁମ୍ବାଇ ପୁଲିସ ଏକ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତ ଜାଭେଦ୍ ଗୁଲାମ୍ ନବୀ ସେକ୍‌ଙ୍କୁ ଗିରଫ କରିଥିଲା । ଜାଭେଦ୍‌ଙ୍କ ନିକଟରୁ ଜାଲ ନୋଟ ଛପାଇବା ଯନ୍ତ୍ରପାତି ସହ ପାକିସ୍ତାନର ଟଙ୍କା ମଧ୍ୟ ଜବତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking