ଗଞ୍ଜାମ: ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା । ପୁଷା ମୁଣ୍ଡାଙ୍କ ସରକାରୀ ଗାଡିରୁ ନଗଦ ୩ ଲକ୍ଷ ଜବତ କରିଛି ଭିଜିଲାନ୍ସ ବିଭାଗ । ଛତ୍ରପୁର ନିକଟସ୍ଥ ଜାତୀୟ ରାଜପଥ ନିକଟରେ ତାଙ୍କ ଗାଡିରୁ ୩ ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଛି । ପୁଷାମୁଣ୍ଡାଙ୍କ ଠାରୁ ୩ ଲକ୍ଷ ଟଙ୍କା ଜବତ କରିବା ପରେ ତଦନ୍ତ ଜାରି ରଖିଛି ବିଭାଗ । ନଗଦ ୩ ଲକ୍ଷ ଟଙ୍କା ପୁଷା ମୁଣ୍ଡାଙ୍କ ଗାଡିରେ ଥିବା ନେଇ ଏବେ ପ୍ରଶ୍ନ ଉଠୁଛି ।










