19.1 C
Bhubaneswar
Friday, February 13, 2026
Homeଓଡିଶାକଳାବଜାରୀଙ୍କୁ ଯୋଗାଣ ମନ୍ତ୍ରୀଙ୍କ ସତର୍କ ବାଣୀ

କଳାବଜାରୀଙ୍କୁ ଯୋଗାଣ ମନ୍ତ୍ରୀଙ୍କ ସତର୍କ ବାଣୀ

ଭୁବନେଶ୍ୱର : ଆସନ୍ତା ୨୩ ତାରିଖରେ ହେବ ବାତ୍ୟା। ରବିବାର ଏହା ଏକପ୍ରକାର ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ। ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଆସନ୍ତାକାଲି ଅର୍ଥାତ ସୋମବାର ଏହା ଲଘୁଚାପରେ ପରିଣତ ହେବ। ଏହା ପରେ ପର୍ଯ୍ୟାୟକ୍ରମେ ଅବପାତ ଏବଂ ବାତ୍ୟାର ରୂପ ନେବ। ପ୍ରାଥମିକ ଆକଳନ ଅନୁସାରେ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ମୁହାଁ ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ତେବେ ବାତ୍ୟାକୁ ନେଇ ରାଜ୍ୟରେ ଘନେଇଛି କଳାବଜାରୀ ଆଶଙ୍କା। କଳାବଜାରୀଙ୍କୁ ସତର୍କ ବାଣୀ ଶୁଣାଇଛନ୍ତି ଯୋଗାଣ ମନ୍ତ୍ରୀ। ସରକାର କଳାବଜାରୀକୁ ବରଦାସ୍ତ କରିବେ ନାହିଁ। ଷ୍ଟକ୍ ପଏଣ୍ଟଗୁଡ଼ିକରେ ଯାଞ୍ଚ ହେବା ସହ ଚଢ଼ାଉ ମଧ୍ୟ କରିବ ବିଭାଗ। କଳାବଜାରୀ ସହ ସମ୍ପୃକ୍ତି ଥିଲେ କଠୋର କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking