27.4 C
Bhubaneswar
Monday, July 21, 2025
Homeଓଡିଶାସମ୍ବଲପୁର ଗସ୍ତରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ସମ୍ବଲପୁର ଗସ୍ତରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ସମ୍ବଲପୁର: ଦିନିକିଆ ସମ୍ବଲପୁର ଗସ୍ତରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସମ୍ବଲପୁର କୃଷକ ସଂଗଠନ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି ମନ୍ତ୍ରୀ । ମୁଖ୍ୟତଃ ସମ୍ବଲପୁରରେ ଚାଷୀଙ୍କ ସହ ଧାନକିଣା ଟାର୍ଗେଟ ଓ ଟୋକନ ସମସ୍ୟା ନେଇ ଆଲୋଚନା କରିଛନ୍ତି  । ଯଦି ଟୋକନ ଅବଧି ସରିବା ସତ୍ତେ ଚାଷୀ ଧାନ ବିକ୍ରି କରି ନପାରିଲେ , ଜିଲ୍ଲାପାଳ ତାଙ୍କର ସ୍ୱତନ୍ତ୍ର କ୍ଷମତା ବ୍ୟବହାର କରି ଆହୁରି ୧୫ ଦିନ ଏହାର ଅବଧି ବଢ଼ାଇ ପାରିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଯୋଜନା କମିଟିର ବୈଠକରେ ଯୋଗଦେଇଥିଲେ । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ।ଏହାସହ ରାଜ୍ୟରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ସଫଳତାକୁ ନେଇ ଆଲୋଚନା ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking