25.1 C
Bhubaneswar
Tuesday, March 24, 2026
Homeବଲିଉଡସୁପରଷ୍ଟାର ସଲ୍‌ମାନ ଖାନ୍‌ଙ୍କୁ ପୁଣି ଧମକ

ସୁପରଷ୍ଟାର ସଲ୍‌ମାନ ଖାନ୍‌ଙ୍କୁ ପୁଣି ଧମକ

ମୁମ୍ବାଇ: ସୁପରଷ୍ଟାର ସଲ୍‌ମାନ ଖାନ୍‌ଙ୍କୁ ପୁଣି ଥରେ ଧମକ। ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଜଣେ ଅଭିଯୁକ୍ତ ମୁମ୍ବାଇ ଟ୍ରାଫିକ ପୋଲିସକୁ ଧମକ ପଠେଇଥିବା ସୂଚନା ରହିଛି। ଧମକରେ ଚେତାବନୀ ଦିଆଯାଇଛି ଯେ ଯଦି ସଲମାନ ଦାବି ଅନୁସାରେ ଟଙ୍କା ପୈଠ ନ କରନ୍ତି ତାଙ୍କ ଅବସ୍ଥା ମଧ୍ୟ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ଭଳି ଖରାପ ହେବ। ବାର୍ତ୍ତାରେ କୁହାଯାଇଛି ଯେ “ଯଦି ସଲମାନ ଖାନ ଜୀବନ୍ତ ରହିବାକୁ ଚାହାଁନ୍ତି ଏବଂ ଲରେନ୍ସ ବିଷ୍ନୋଇଙ୍କ ସହ ଶତ୍ରୁତାକୁ ଶେଷ କରିବାକୁ କରନ୍ତୁ। ଶତ୍ରୁତା ଶେଷ କରିବା ପାଇଁ ତାଙ୍କୁ ୫ କୋଟି ଟଙ୍କା ଦେବାକୁ ପଡିବ। ଏହାକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ, ନଚେତ୍ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଅବସ୍ଥା ଅପେକ୍ଷା ଖରାପ ହେବ।” ମୁମ୍ବାଇ ପୋଲିସ ଏହି ଧମକ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking