19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶବାରମ୍ବାର ପରାଜୟକୁ ବରଦାସ୍ତ କରିପାରୁନାହାନ୍ତି ସନରାଇଜର୍ସର ମାଲିକାଣୀ; ଖେଳାଳିଙ୍କ ଉପରେ ବିରକ୍ତ ହେଲେ କାବ୍ୟା ମାରାନ୍‌

ବାରମ୍ବାର ପରାଜୟକୁ ବରଦାସ୍ତ କରିପାରୁନାହାନ୍ତି ସନରାଇଜର୍ସର ମାଲିକାଣୀ; ଖେଳାଳିଙ୍କ ଉପରେ ବିରକ୍ତ ହେଲେ କାବ୍ୟା ମାରାନ୍‌

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ୍ ପାଇଁ ଚଳିତ ଆଇପିଏଲ୍ ସିଜିନ୍ ଆରମ୍ଭରୁ ହିଁ ଖରାପ ଚାଲିଛି। ଦଳ ବର୍ତ୍ତମାନ ସୁଦ୍ଧା ୫ଟି ମ୍ୟାଚ୍ ଖେଳିସାରିଥିବା ବେଳେ କ୍ରମାଗତ ୪ର୍ଥ ପରାଜୟ ବରଣ କରିଛି। ଏଥିସହ ଦଳ ପଏଣ୍ଟ ଟେବୁଲ୍‌ରେ (-୧.୬୨୯ ପଏଣ୍ଟ) ସହ ସର୍ବନିମ୍ନ ସ୍ଥାନରେ ରହିଛି। ଦଳରେ ଟ୍ରାଭିସ୍ ହେଡ୍‌, ଇଶାନ କିଷନ୍‌, ଅଭିଷେକ ଶର୍ମାଙ୍କ ଭଳି ଖେଳାଳି ଥିବା ସତ୍ତ୍ୱେ ଦଳର ଏପ୍ରକାର ପ୍ରଦର୍ଶନ ଫ୍ରାଞ୍ଚାଇଞ୍ଜ୍ ମାଲିକଙ୍କୁ ବେଶ୍ ଆଘାତ ଦେଇଛି। ଏସବୁ ମଧ୍ୟରେ ସନରାଇଜର୍ସ ହାଇଦ୍ରାବାଦ୍‌ର ମାଲିକାଣୀ କାବ୍ୟା ମାରାନ୍ ନିଜ ଦଳର ଖେଳାଳିଙ୍କ ଉପରେ ଭୀଷଣ ବିରକ୍ତ ହେଉଥିବା ଜଣାପଡ଼ିଛି। ଯେଉଁଠି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ମାନେ ନିୟମିତ ଭାବେ ୪ଟି ମ୍ୟାଚ୍‌ରେ ଫ୍ଲପ୍ ସାବ୍ୟସ୍ତ ହେବାରେ ଲାଗିଛନ୍ତି ସେଠାରେ କାବ୍ୟା ମାରାନ ଏହି ପରାଜୟକୁ ସହଜେ ହଜମ କରିପାରୁନାହାନ୍ତି। ଦଳର ଏମିତି ପ୍ରଦର୍ଶନରେ ସେ ତାଙ୍କ କ୍ରୋଧକୁ ନିୟନ୍ତ୍ରଣ କରିପାରିନାହାନ୍ତି। ସେ ସିଧାସଳଖ ଦଳର ଖେଳାଳିଙ୍କୁ କିଛି କହିନଥିଲେ ମଧ୍ୟ ଷ୍ଟାଣ୍ଡ୍ ବସି ଖେଳ ଦେଖୁଥିବା ବେଳେ ତାଙ୍କ ମୁହଁର ହାବଭାବରୁ ବିରକ୍ତିଭାବ ସ୍ପଷ୍ଟ ପ୍ରତୀତ ହେଉଛି। କେବଳ ସେତିକି ନୁହେଁ ସେ ପ୍ରତ୍ୟେକ ମ୍ୟାଚ୍ ଶେଷରେ ଖେଳାଳିଙ୍କ ସହ ଆଲୋଚନା କରୁଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସୁଛି ଯେଉଁଥିରୁ ଦଳର ପରାଜୟରେ ସେ ବିଚଳିତ ହୋଇପଡୁଥିବା ସହଜେ ଅନୁମାନ କରାଯାଇପାରେ। ରବିବାର ଖେଳାଯାଇଥିବା ଗୁଜରାଟ ବନାମ ହାଇଦ୍ରାବାଦ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ମଧ୍ୟ ହାଇଦ୍ରାବାଦ୍ ପରାଜିତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking