ନୂଆଦିଲ୍ଲୀ:ରିଲ ଲାଇଫରୁ ରିୟଲ ଲାଇଫରେ ହିରୋ ହେଉଥିବା ସେଲିବ୍ରିଟି ମାନଙ୍କୁ ଖୁବ କମ ଦେଖିବାକୁ ମିଳିଥାଏ ଆଉ ସେହିଭଳି ରିଲ ଲାଇଫରୁ ରିୟଲ ଲାଇଫରେ ହିରୋ ଵନିଯାଇଥିବା ହିରୋ ହେଉଛନ୍ତି ବଲିଉଡ ସୁପରଷ୍ଟାର ସୁନୀଲ ଶେଟ୍ଟୀ । ସେ କେବଳ ରିଲ ଲାଇଫ୍ ହିରୋ ନୁହଁନ୍ତି, ରିୟଲ ଲାଇଫରେ ବି ଜଣେ ହିରୋ । ସେ ଗତ ୨୬ବର୍ଷ ଧରି ମାନବ ଚାଲାଣ ରୋକିବା ଅଭିଯାନ ସହ ଜଡିତ ଥିଲେ ଏବଂ ସେ ଏହି ଅପରେସନରେ ୪୦୦ ଝିଅଙ୍କୁ ଉଦ୍ଧାର ମଧ୍ୟ କରିଥିଲେ । ଏକ ସମୟ ଥିଲା ଯେତେବେଳେ ଅଣ୍ଡରୱାର୍ଲ୍ଡ ବି ତାଙ୍କ ପଛରେ ପଡିଥିଲା । ସେ ଏକ ଗଣମାଧ୍ୟମର ସାକ୍ଷାତକାରରେ କହିଛନ୍ତି ତାଙ୍କୁ ଯେତେବେଳେ ମାନବ ଚାଲାଣ ସହ ଜଡିତ ଏକ ପ୍ରଶ୍ନ ପଚରାଯାଇଥିଲା । ସେ ସେତେବେଳେ ଏହାର ଉତ୍ତର ଦେଇଥିଲେ ତାଙ୍କ ଶାଶୁଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି, ତାଙ୍କ ଶାଶୁ ଭାରତରେ ଟ୍ରାଫିକ୍ ନାମକ ଏକ ଏନଜିଓ ଚଳାଉଥିଲେ । ଯାହାର ନାମ ପରବର୍ତ୍ତୀ ମୁହୁର୍ତ୍ତରେ ପରିବର୍ତ୍ତନ କରାଯାଇ ‘ଭିପଲା ଫାଉଣ୍ଡେସନ୍’ ରଖାଯାଇଥିଲା । ଏହି ଏନଜିଓ ସାହାଯ୍ୟରେ ସେ ପାଖାପାଖି ୪୦୦ରୁ ଅଧିକ ଝିଅଙ୍କୁ ଉଦ୍ଧାର କରିଛନ୍ତି । ସେ କହିଛନ୍ତି ଏ ସମ୍ପର୍କରେ ମୁଁ କେବେ କୌଣସି ଗଣମାଧ୍ୟମ କିମ୍ବା ଅନ୍ୟ କାହା ସହ ଆଲୋଚନା କରିନାହିଁ କି କରିବାକୁ ଚାହେଁନି । ଏହି ଜିନିଷ ଗୁଡିକୁ ଗୋପନୀୟ ରଖିବା ହିଁ ଠିକ୍ । କାରଣ ଏହାଦ୍ୱାରା ସମସ୍ୟା ବଢିପାରେ ତେଣୁ ଏ ବାବଦରେ କୌଣସି ଆଲୋଚନା କରିବାକୁ ସେ ଉଚିତ ମନେ କରନ୍ତି ନାହିଁ । ସୁନୀଲ ଶେଟ୍ଟୀ ଆହୁରି କହିଛନ୍ତି କି, ଦିନ ଥିଲା ମୋ ପଛରେ ଅଣ୍ଡୱାର୍ଲ୍ଡର ଡନ୍ ପଡିଥିଲେ । ପୋଲିସ ଏବଂ ମୋ ବନ୍ଧୁଙ୍କ ସାହାଯ୍ୟରେ ବହୁ କଷ୍ଟରେ ଏଥିରୁ ମୁକ୍ତି ପାଇଛି । କିନ୍ତୁ ଝିଅଙ୍କୁ ଚାଲାଣ ହେବାରୁ ବଞ୍ଚାଇବା କାମ ମୁଁ ଆଜିବି କରୁଛି ଆଉ ଆଗକୁ ବି କରିବି । ମତେ ଏହି କାମରୁ ସନ୍ତୁଷ୍ଟି ମିଳେ ।










