32.1 C
Bhubaneswar
Thursday, October 31, 2024
Homeଓଡିଶାସୁନ୍ଦରଗଡ ଗଣହତ୍ୟା ମାମଲା :  ୧୨  ଅଟକ  

ସୁନ୍ଦରଗଡ ଗଣହତ୍ୟା ମାମଲା :  ୧୨  ଅଟକ  

ବ୍ୟୁରୋ  :  ସୁନ୍ଦରଗଡ ଗୋଷ୍ଠୀ ସଂଘର୍ଷରୁ  ଗଣହତ୍ୟା ମାମଲାରେ  ୧୨ଜଣ ସନ୍ଦିଗ୍ଧକୁ ଅଟକ ରଖି  ପଚରାଉଚରା କରୁଛି ପୋଲିସ । ଅଟକଙ୍କ ମଧ୍ୟରେ ମହିଳାମାନେ ଅନ୍ତର୍ଭୁକ୍ତ ଅଛନ୍ତି ।  ସମସ୍ତଙ୍କୁ ଅନୁଗୁଳରୁ ଉଠାଇ ଆଣିଛି ପୋଲିସ । ହତ୍ୟାକାଣ୍ଡସହ ସେମାନଙ୍କ  ସମ୍ପର୍କ ଅଛିକି ନାହିଁ  ସେନେଇ ପୋଲିସ ଜେରା କରୁଛି ।  ଅକ୍ଟୋବର ୨୯ ରାତିରେ  ସୁନ୍ଦରଗଡ ସଦରଥାନା  କରମଡିହି ପଞ୍ଚାୟତ  ପଡିଆରେ ଶୋଇଥିବା ବେଳେ  ମହାରଷ୍ଟ୍ରର ଯାଯାବର ଗୋଷ୍ଠୀ  ଉପରେ  ଭୁଜାଲି ଦ୍ୱାରା ଆକ୍ରମଣ କରିଥିଲେ ତାମିଲନାଡୁର ଯାଯାବର ଗୋଷ୍ଠୀ । ଏଥିରେ  ୩ ମହିଳାଙ୍କ  ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଗୋଷ୍ଠୀ ମଧଧରେ ବିବାଦ ଦେଖାଦେଇଥିଲା ।  ଏହାକୁ ନେଇ  ମଙ୍ଗଳବାର ରାତିରେ ତାମିଲନାଡୁ ଗୋଷ୍ଠୀର  ଲୋକ ଆକ୍ରମଣ କରିଥିଲେ ।  ମହାରାଷ୍ଟ୍ର  ଯାଯାବର  ଗୋଷ୍ଠୀର ୫ ଜଣଙ୍କୁ ଯୋଜନା ବଦ୍ଧ  ଭାବେ ହତ୍ୟା କରି  ଫେରାର ହୋଇଯାଇଛନ୍ତି  ତାମିଲନାଡୁର ଯାଯାବର ଗୋଷ୍ଠୀ ।  ପୋଲିସ ସେମାନଙ୍କୁ ଖୋଜୁଥିବା ବେଳେ ୧୨ ଜଣଙ୍କୁ ଅଟକ ରଖି ଜେରା କରୁଛି ।

https://www.youtube.com/watch?v=qOgQlV1jThA

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking