ଭୁବନେଶ୍ୱର: ଭୁବନେଶ୍ୱର ସୁନ୍ଦରପଦା ବିସ୍ଫୋରଣରେ ଏନଆଇଏ ତଦନ୍ତ ହେବ । ଘର ମାଲିକଙ୍କଠାରୁ ଆରମ୍ଭ କରି ଏକାଧିକ ଲୋକଙ୍କୁ ଏନଆଇଏର ଜେରା । ବିସ୍ଫୋରଣ ପଛରେ ବଡ ଚକ୍ରାନ୍ତ ଆଶଙ୍କାରେ ଏନଆଇଏର ଜେରା ଚାଲିଛି । ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଆଜାଦ ନଗରରେ ବାଣ ଭିଡିବା ବେଳେ ବିସ୍ଫୋରଣ ଘଟିଥିଲା । ଫିଲ୍ଡ ଭିଜିଟ୍ ପରେ ପ୍ରତିକ୍ରିୟା ରଖିଥିଲେ ଭୁବନେଶ୍ୱର ଡିସିପି । ସେ କହିଥିଲେ ଯେ ଅପରାଧିକ କାର୍ଯ୍ୟ ପାଇଁ ବୋମା ଭିଡିଲା ବେଳେ ବିସ୍ଫୋରଣ ଘଟିଥାଇ ପାରେ । ଅପରାଧିକ ପୃଷ୍ଠଭୂମି ଦେଖିଲା ପରେ ଏପରି ଆଶଙ୍କା କରାଯାଉଛି । ମୁଖ୍ୟ ଅଭିଯୁକ୍ତ ସେହନବାଜ ମଲ୍ଲିକ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି । ନୟାପଲ୍ଲୀ, ମୈତ୍ରିବିହାର ଥାନା ଅଞ୍ଚଳରେ ଅପରାଧିକ ମାମଲା ରହିଛି । ହତ୍ୟା ଉଦ୍ୟମ ଓ ବିସ୍ଫୋରଣ ଘଟାଇବା ପରି ମାମଲା ରହିଛି । ସେହନବାଜ, ତାଙ୍କ ମାଆ, ବାନ୍ଧବୀ ଓ ସାଙ୍ଗ ଗୁରୁତର ଆହତ ହୋଇଛନ୍ତି । ୫ ମହଲା ବିଶିଷ୍ଟ କୋଠାରେ କିପରି ଭଡାରେ ରହି ଏହା ଚଳାଇଥିଲେ ଅସ୍ପଷ୍ଟ ରହିଛି । ଏହି ଘଟଣାରେ ତଦନ୍ତ ଜାରି ରହିଛି ।










