ପୁରୀ : ଆଉ ମାତ୍ର କିଛି ସମୟକୁ ଆପେକ୍ଷ । ତିନି ଠାକୁରଙ୍କର ଏହି ଦୁର୍ଲଭ ସୁନାବେଶକୁ ଦେଖିବାପାଇଁ ଚାହିଁରହିଛନ୍ତି ଶ୍ରଦ୍ଧାଳୁ । ରଥ ଉପରେ ଆରମ୍ଭ ହୋଇ ସାରିଛି ତିନି ଠାକୁରଙ୍କ ସୁନାବେଶ ପ୍ରକ୍ରିୟା । ଶ୍ରୀମନ୍ଦିରରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମରୁ ଶ୍ରୀଜିଉଙ୍କ ସୁନାବେଶରେ ଲାଗି ହେଉଥିବା ସ୍ବର୍ଣ୍ଣ ଅଳଙ୍କାର ସହ ଦୁଇ ଭାଇ କାଳିଆ ଓ ବଳିଙ୍କ ଆୟୁଧ ଏବଂ ହାତଗୋଡ଼ ବୋହି ଆଣିଥିଲେ ସେବାୟତ । ଏହାପରେ ରଥାରୂଢ଼ ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ସ୍ବର୍ଣ୍ଣ ଅଳଙ୍କାରରେ ସଜାଯାଉଛି । କିଛି ସମୟ ପରେ ପୂର୍ଣ୍ଣ ସ୍ବର୍ଣ୍ଣ ବେଶରେ ତିନିଠାକୁରଙ୍କୁ ଦେଖିବାକୁ ପାଇବେ ଶ୍ରଦ୍ଧାଳୁ । ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ପୁରୀରେ ୧୫ ଲକ୍ଷରୁ ଉର୍ଦ୍ଧ ଲୋକଙ୍କର ଗହଳି ଦେଖିବାକୁ ମିଳିଛି ।ଏଥିସହିତ ଲୋକଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।










