32.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସମନ

ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସମନ

ମୁମ୍ବାଇ : ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସମନ । ହାଇବକ୍ସ ଆପ୍‌ ଦୁର୍ନୀତିରେ ଦିଲ୍ଲୀ ପୋଲିସ ବଲିଉଡ୍‌ ଅଭିନେତ୍ରୀ ରିୟାଙ୍କୁ ସମନ ଜାରି କରିଛି । ଏହି ଆପ୍‌ ସହ ଜଡ଼ିତ ମାମଲାରେ ୫୦୦ କୋଟି ଟଙ୍କା ଦୁର୍ନୀତି ହୋଇଥିବାର ଖୁଲାସା ହୋଇଛି । ପୋଲିସ ଏହି ଦୁର୍ନୀତିର ମାଷ୍ଟରମାଇଣ୍ଡ ସିବାରାମଙ୍କୁ ଗିରଫ କରିଛି । ଜଣାଶୁଣା ୟୁଟ୍ୟୁବର ଏଲ୍‌ଭିଶ ଯାଦବ ଓ କମେଡିଆନ୍‌ ଭାରତୀ ସିଂଙ୍କ ନାମ ମଧ୍ୟ ଏହି ଆପ୍‌ ସହ ଜଡ଼ିତ । ରିୟାଙ୍କ ନାମରେ ଅଭିଯୋଗ ରହିଛି ଯେ ସେ ବିଜ୍ଞାପନ ଜରିଆରେ ଲୋକଙ୍କୁ ଏହି ଆପ୍‌ରେ ନିବେଶ କରିବା ପାଇଁ ଉତ୍ସାହିତ କରିଥିଲେ । ମାମଲାରେ ପଚରାଉଚରା ପାଇଁ ଅଭିନେତ୍ରୀଙ୍କୁ ସମନ ପଠାଯାଇଛି । ଏହା ପୂର୍ବରୁ ପୋଲିସ ଏଲ୍‌ଭିଶଙ୍କ ସମେତ ୪ ଜଣ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କୁ ନୋଟିସ୍‌ କରିଥିଲା । କିନ୍ତୁ ଏମାନଙ୍କ ମଧ୍ୟରୁ କେହି ବି ପଚରାଉଚରା ପାଇଁ ଆସି ନ ଥିଲେ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ର ଆଇଏଫଏସଓ ୟୁନିଟ୍‌ ହାଇବକ୍ସ ମାମଲାରେ ଏଫ୍‌ଆଇଆର୍‌ ପଞ୍ଜିକୃତ କରିବା ପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ଅକ୍ଟୋବର ୯ରେ ଦିଲ୍ଲୀର ଆଇଏଫଏସଓ ଅଫିସ୍‌କୁ ରିୟା ଚକ୍ରବର୍ତ୍ତୀଙ୍କୁ ଡକାଯାଇଛି । ୨୦୨୬ରେ ମାଷ୍ଟରମାଇଣ୍ଡ ସିବାରାମ ସବରୁଲ୍ଲା ଏକ୍ସପ୍ରେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ କମ୍ପାନୀ ଆରମ୍ଭ କରିଥିଲେ । ଏହାପରେ ସେ ହାଇବକ୍ସ ଆପ୍‌ ଲଞ୍ଚ୍‌ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking