22.1 C
Bhubaneswar
Friday, February 6, 2026
Homeଓଡିଶାଗ୍ରୀଷ୍ମପ୍ରବାହ: ବନ୍ଦ ରହିବ ସବୁ କଲେଜ, ବିଶ୍ୱବିଦ୍ୟାଳୟ

ଗ୍ରୀଷ୍ମପ୍ରବାହ: ବନ୍ଦ ରହିବ ସବୁ କଲେଜ, ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଗ୍ରୀଷ୍ମପ୍ରବାହ ଲାଗି ରାଜ୍ୟର ସବୁ ଅଙ୍ଗନବାଡ଼ି, ଶିଶୁବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବୁଧବାର ଠାରୁ ବନ୍ଦ ହୋଇଥିବା ବେଳେ ରାଜ୍ୟର ସବୁ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ଡିଗ୍ରୀ କଲେଜ ସହ ବିଶ୍ୱବିଦ୍ୟାଳୟ ମଧ୍ୟ ବନ୍ଦ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୨୨ତାରିଖରେଏ ସଂପର୍କରେ ସମୀକ୍ଷା କରିବା ପରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ ଅଙ୍ଗନବାଡ଼ି କେନ୍ଦ୍ର, ଶିଶୁବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ବୁଧବାର ଠାରୁ ବନ୍ଦ ରହିଛି। ତେବେ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ଡିଗ୍ରୀ କଲେଜ ସହ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ବନ୍ଦ ରହିବ।

ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ପରେ ନିଷ୍ପତ୍ତି ଗ୍ରହଣ କରାଯିବ। ତେବେ ଛୁଟି କେବଳ ଛାତ୍ରଛାତ୍ରୀଙ୍କ ଲାଗି ହୋଇଥିବା ବେଳେ ଶିକ୍ଷାନୁଷ୍ଠାନଗୁଡ଼ିକର ଅଧ୍ୟାପକ, ଅଧ୍ୟାପିକାମାନେ ନିୟମିତ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସିବେ। ଏହାବ୍ୟତୀତ ପୂର୍ବରୁ ନିର୍ଦ୍ଧାରିତ ପରୀକ୍ଷା ଗୁଡିକ ନିର୍ଦ୍ଦିଷ୍ଟ ତାରିଖରେ ହେବ ଏବଂ ସଂପୃକ୍ତ ଅଧିକାରୀମାନେ ଏଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ହଷ୍ଟେଲ ପିଲାମାନେ ଚାହିଁଲେ, ଏହି ଛୁଟି ସମୟରେ ହଷ୍ଟେଲରେ ରହିପାରିବେ। ଏନେଇ ବୁଧବାର ଉଚ୍ଚଶିକ୍ଷା ବିଭାଗର ଉପନିର୍ଦ୍ଦେଶକ ଆର୍‌କେ ମାନସିଂ ରାଜ୍ୟର ସବୁ ସରକାରୀ, ଘରୋଇ ବିଶ୍ୱବିଦ୍ୟାଳୟର କୁଳସଚିବ, ପିଜି କାଉନସିଲ ଅଧ୍ୟକ୍ଷଙ୍କ ସମେତ ସବୁ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking