30.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଏସ୍‌ଏଡି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁଖବୀର ସିଂ ବାଦଲ

ଏସ୍‌ଏଡି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁଖବୀର ସିଂ ବାଦଲ

ଚଣ୍ଡୀଗଡ଼: ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ସଭାପତି ପଦରୁ ୬୨ ବର୍ଷୀୟ ସୁଖବୀର ସିଂ ବାଦଲ ଆଜି ଆକସ୍ମିକ ଭାବେ ଇସ୍ତଫା ଦେଇଛନ୍ତି। ନିଜ ଇସ୍ତଫା ପତ୍ରରେ ଇସ୍ତଫାର କାରଣ ସମ୍ପର୍କରେ ସୁଖବୀର ଦର୍ଶାଇନଥିବା ବେଳେ ଓଲଟା ଦଳର ନେତା ତଥା କର୍ମୀମାନେ ତାଙ୍କ ପ୍ରତି ବିଶ୍ୱାସ ରଖିଥିବାରୁ ଓ ସବୁବେଳେ ସହଯୋଗ କରିଥିବାରୁ ସେ କୃତଜ୍ଞତା ଜଣାଉଥିବା ଉଲ୍ଲେଖ କରିଛନ୍ତି। ତେବେ ସୁଖବୀର ସିଂ ବାଦଲଙ୍କ ଏପ୍ରକାର ସଭାପତି ପଦରୁ ଇସ୍ତଫା ଦେବା ସମ୍ପର୍କରେ ସୂଚନା ଦେଇ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପଞ୍ଜାବର ପୂର୍ବତନ ଶିକ୍ଷା ମନ୍ତ୍ରୀ ଦଲଜିତ୍ ସିଂ ଚିମା କହିଛନ୍ତି, “ନୂତନ ଅଧ୍ୟକ୍ଷ ନିର୍ବାଚନ ପାଇଁ ରାସ୍ତା ଖୋଲିବା ପାଇଁ ଆଜି ଦଳର କାର୍ଯ୍ୟକାରିଣୀ କମିଟିରେ ଶିରୋମଣି ଅକାଳୀ ଦଳ ସଭାପତି ସୁଖବୀର ସିଂ ବାଦଲ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ସେ ତାଙ୍କ ନେତୃତ୍ୱ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ଏବଂ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେବା ଜାରି ରଖିବେ। ଦଳର ସମସ୍ତ ନେତା ଓ କର୍ମୀଙ୍କୁ ହୃଦୟରୁ ସମର୍ଥନ ଏବଂ ସହଯୋଗ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି। ୨୦୦୮ ମସିହାରେ ସୁଖବୀର ସିଂ ବାଦଲ ଶିରୋମଣି ଅକାଳୀ ଦଳର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍ ଦୀର୍ଘ ୧୬ ବର୍ଷ ୨ ମାସ ପାଇଁ ସୁଖବୀର ସିଂ ବାଦଲ ଶିରୋମଣି ଅକାଳୀ ଦଳ ସଭାପତି ଭାବରେ କାର୍ଯ୍ୟ କରିଥିଲେ। ସୁଖବୀର ସିଂ ବାଦଲଙ୍କ ପୂର୍ବରୁ ତାଙ୍କ ପିତା ପ୍ରକାଶ ସିଂ ବାଦଲ ଦଳର ସଭାପତି ଥିଲେ। ନଭେମ୍ବର ୨୦ ରେ ପଞ୍ଜାବର ଚାରିଟି ବିଧାନସଭା ଆସନରେ ଉପ-ନିର୍ବାଚନ ହେବାକୁ ଯାଉଥିବା ସମୟରେ ସୁଖବୀର ସିଂ ବାଦଲ ଦଳର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସୁତରାଂ ସୁଖବୀର ସିଂ ବାଦଲଙ୍କ ଇସ୍ତଫା ପରେ ଏବେ କିଏ ଶିରୋମଣି ଅକାଳୀ ଦଳର ମୁଖ୍ୟ ପଦ ସମ୍ଭାଳିବେ ସେନେଇ ଚର୍ଚ୍ଚା ଜୋର ଧରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking