ଭୁବନେଶ୍ୱର : ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ । ପ୍ରଶ୍ନ କରି ଫସିଗଲେ ନିରଞ୍ଜନ ପୂଜାରୀ । ବିଜେଡି ବିଧାୟକ ନିରଞ୍ଜନ ପୂଜାରିଙ୍କୁ ହରଡଘଣାରେ ପକାଇଲେ ୨ ମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଓ ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଘେରିଲେ । ପ୍ରକଳ୍ପକୁ ତରବରିଆ ଭାବେ ଉଦ୍ଘାଟନ କରାଯାଇଥିଲା କହିଲେ ୨ ମନ୍ତ୍ରୀ । ଡିପିଆର ଅନୁଯାୟୀ ୨୦୨୬ ପୂର୍ବରୁ କାର୍ଯ୍ୟକାରୀ ହେବା କଥା ନୁହେଁ । ବର୍ତ୍ତମାନ ବିଧାୟକ ପ୍ରକଳ୍ପ ପାମି ଲୋକଙ୍କ ପାଖରେ ପହଞ୍ଚିଛି କହିଲେ ଠିକ୍ ନୁହେଁ । ଏହି ପ୍ରକଳ୍ପରୁ ବର୍ତ୍ତମାନ ସୁଦ୍ଧା ଇଞ୍ଚେ ଜମି ଜଳସେଚନ ହୋଇନି । କେବଳ ନଦୀରେ ପାଣି ଚାଲିଛି, କିନ୍ତୁ କେନାଲରେ ପାମି ନାହିଁ । ଆମେ ଜଳସେଚନକୁ ତ୍ୱରାନ୍ୱିତ କରିବାକୁ ଖସଡା ପ୍ରସ୍ତୁତ କରୁଛୁ ।