29.1 C
Bhubaneswar
Monday, February 2, 2026
Homeଓଡିଶାଶପଥ ନେଲେ ସୁଜିତ କୁମାର

ଶପଥ ନେଲେ ସୁଜିତ କୁମାର

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ବିଜେପି ସାଂସଦ ସୁଜିତ କୁମାର । ଓଡ଼ିଆରେ ଶପଥ ନେଇଛନ୍ତି ସୁଜିତ କୁମାର । ଶପଥ ଗ୍ରହଣ ପରେ ଜୟ ଜଗନ୍ନାଥ ବୋଲି ସମ୍ବୋଧନ କରିଛନ୍ତି ସୁଜିତ କୁମାର । ସୂଚନା ଅନୁଯାଇ , ଗତ ୧୦ ତାରିଖରେ ରାଜ୍ୟସଭା ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଥିଲା । ଓଡ଼ିଶାରୁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଭରିଥିଲେ ବିଜେପି ପ୍ରାର୍ଥୀ ସୁଜିତ କୁମାର। ତାଙ୍କ ବିପକ୍ଷରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନ ଥିବାରୁ ସୁଜିତ କୁମାର ନିର୍ଦ୍ଵନ୍ଦ୍ଵରେ ସଂସଦର ଉଚ୍ଚସଦନକୁ ଦ୍ଵିତୀୟ ଥର ନିର୍ବାଚିତ ହୋଇଥିଲେ । ମମତା ମହାନ୍ତଙ୍କ ଫର୍ମୁଲାରେ ସୁଜିତ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ନାମାଙ୍କନ ଭରିବା ପୂର୍ବରୁ ସୁଜିତ କହିଥିଲେ, ପଶ୍ଚିମ ଏବଂଦକ୍ଷିଣ ଓଡ଼ିଶାର ବିକାଶକୁ ପ୍ରାଧାନ୍ୟ ଦିଆଯିବ। ପଶ୍ଚିମ ଓଡ଼ିଶାରେ ରେଳପଥର ବିକାଶ ସହ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦିଆଯିବ। ବିଜେପି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁଣିଥରେ ଟିକେଟ ଦେଇଥିବାରୁ ସେ ବିଜେପି ଦଳ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଵଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସୁଜିତ କୁମାର ଧନ୍ୟବାଦ୍ ଜଣାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking