ଭୁବନେଶ୍ୱର : ରାଜ୍ୟସଭା ପାଇଁ ଏକମାତ୍ର ପ୍ରାର୍ଥୀ ସୁଜିତ କୁମାର । ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଉ କୌଣସି ଦଳ ପ୍ରାର୍ଥୀ ଦେଇନଥିବା ସ୍ପଷ୍ଟ ରହିଛି । ନାମାଙ୍କନ ପାଇଁ ଆଜି ଥିଲା ଶେଷ ତାରିଖ । ୨୦୨୬ ଏପ୍ରିଲ ମାସ ପଯ୍ୟନ୍ତ ତାଙ୍କର ସମୟ କାଳ ରହିଛି । ଆଜି ଥିଲା ପ୍ରାର୍ଥୀ ପତ୍ରର ଶେଷ ତାରିଖ । ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ସୁଜିତ କୁମାର ଯିବେ । ଏଥର ଭାରତୀୟ ଜନତା ପାର୍ଟି ମମତା ମହାନ୍ତକୁ ପଠାଇଲା ଭଳି ସମାନ ରଣନୀତି ପ୍ରସ୍ତୁତି କରିଥିଲେ । ଏବଂ ସୁଜିତ କୁମାରଙ୍କ ସ୍ଥାନରେ ସୁଜିତ କୁମାରକୁ ହିଁ ପଠାଯାଉଛି । ପରିବର୍ତ୍ତନ ନାହିଁ ବର୍ତ୍ତମାନ ଅନେକ ନାଁକୁ ଧରି ଚର୍ଚ୍ଚା କରାଯାଉଥିଲା କିଏ ଯାଇପାରନ୍ତି , ଚର୍ଚ୍ଚାର ଅବସାନ ଘଟିଥିଲା ଯେତେବେଳେ, ସୁଜିତ କୁମାରଙ୍କ ନାଁ ଭାରତୀୟ ଜନତା ପାର୍ଟି ନାଁକୁ ଘୋଷଣା କରିଥିଲା । ନାମାଙ୍କନ ମଧ୍ୟ ବନିଥିଲେ ସୁଜିତ କୁମାର । ଏଥର ରାଜ୍ୟସଭାକୁ ଯାଉଛନ୍ତି ସୁଜିତ କୁମାର ।