ଭୁବନେଶ୍ୱର (ବିପିନ୍ ସିଂ) : ନିଜ ଇସ୍ତଫାର କାରଣ କହିଲେ ସୁଜିତ କୁମାର । ବିଜେପିରେ ଯୋଗଦେବା ପରେ ଇସ୍ତଫା କାରଣ କହିଲେ । ଦୁର୍ନୀତି ନେଇ ନେତା ନଶୁଣିବାରୁ ଦଳ ଛାଡ଼ିଲି ବୋଲି କହିଲେ । ସେ କହିଛନ୍ତି, “ପ୍ରାୟ ଦେଢ଼ବର୍ଷ ହେଲା ଦଳରେ ମୋତେ ଅଣଦେଖା ହେଉଥିଲା । କୌଣସି ଦଳୀୟ କାର୍ଯ୍ୟରେ ମୋତେ ସାମିଲ କରାଯାଉନଥିଲା । ଜଣେ ଦୁଇ ଜଣ ବଡ଼ ନେତାଙ୍କ ଗୋଲାମୀ ପାଇଁ ମୋତେ କୁହାଯାଉଥିଲା । ଏହା ମୋ ସ୍ବାଭିମାନକୁ ବାଧିଥିଲା ବୋଲି କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, କଳାହାଣ୍ଡିର ଯେଉଁଭଳି ବିକାଶ ହେବା କଥା ତାହା ହୋଇପାରୁ ନଥିଲା । ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ଚାଲିଥିଲା । ସେଥିରେ ପ୍ରତ୍ୟେକ୍ଷ ସିଡି ବା ସିଧା ସମର୍ଥନ ଥିଲା ବିଜେଡିର କିଛି ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ନେତାଙ୍କର । ବିଭିନ୍ନ କାର୍ଯ୍ୟରେ ଦୁର୍ନୀତି ହେଉଥିଲା । ବିଜେଡି ସରକାରରେ ବ୍ୟାପକ ଦୁର୍ନୀତି ଓ ହରିଲୁଟ ଚାଲିଥିଲା । ଜମି, ଛତୁଆ, ଟେଣ୍ଡର ଫିକ୍ସିରେ ହଜାର ହଜାର କୋଟି ଦୁର୍ନୀତି ହୋଇଛି । ଅନେକ ନେତା ଓ ଅଫିସର ଦୁର୍ନୀତିରେ ସାମିଲ ଥିଲେ । ତାହାର କିଛି ପ୍ରମାଣ ରହିଛି, ଯାହାକି ଆଗାମୀ ଦିନରେ ଉଦାହରଣ ଦିଆଯିବ । ତେବେ ଏହା ବିଷୟରେ ବାରମ୍ବାର ମୁଁ ରାଜ୍ୟ ନେତୃବୃନ୍ଦଙ୍କ ଧ୍ୟାନକୁ ଆଣୁଥିଲି । କନ୍ତୁ ଏହାର କୌଣସିି ସୁଫଳ ମିଳୁନଥିଲା । ନିର୍ବାଚନ ପରେ ମୁଁ ଭାବିଲି ଏହାର କୌଣସି ପ୍ରଭାବ ପଡିବ ବୋଲି କିନ୍ତୁ, ତାହା ବି ହେଲା ନାହିଁ । ତେଣୁ ବାଧ୍ୟ ହୋଇ ମୁଁ ଜିଲ୍ଲାର ସ୍ୱାର୍ଥ ପାଇଁ ଆଉ ମୋ ମାଟି ପାଇଁ ଏପରି କଲି । ମୁଁ ସବବେଳେ କହିଛି ଯେ, ମୋ ପାଇଁ ମୋ ମାଟି ବଡ, ପାର୍ଟି ପରେ । ସେଥିପାଇଁ ଜିଲ୍ଲାର ସ୍ୱାର୍ଥ ପାଇଁ ଓ ଜିଲ୍ଲାର ପ୍ରଗତି ପାଇଁ ମତେ ଏଭଳି ବଡ ନିଷ୍ପତ୍ତି ନେବାକୁ ପଡିଲା । ଆଉ ଏକ ବଡ କଥା ହେଲା କି ମୋର ସ୍ୱାଭିମାନ । ମୋର ସ୍ୱାଭିମାନ ପ୍ରତି ବାରମ୍ବାର ଆଘାତ ହୋଇଛି । ତେବେ ତାହାର ବି ଅନେକ ଉଦାହରଣ ରହଛିି । ନିର୍ବାଚନ ଫଳ ପ୍ରକାଶ ପାଇବାର ୧୫ ଦିନ ଭିତରେ କଳାହାଣ୍ଡିରୁ ମୋର ରାଜନୈତିକ ଜୀବନକୁ ଶେଷ କରିଦେବା ପାଇଁ ମତେ ଧମକ ବି ଦିଆଯାଇଥିଲା । ମୋତେ ଜୋର ଜବରଧସ୍ତ ରାଜ୍ୟସଭାରୁ ହଟାଇଦିଆଯିବ ବୋଲି ମଧ୍ୟ କହିଥିଲେ । ଯାହାକି ମୋର ଆତ୍ମସମ୍ମାନକୁ ବହୁତ ଆଘାତ ଦେଇଥିଲା । ସେଥିପାଇଁ ମୁଁ ଆଜି ଏଭଳି ନିଷ୍ପତି ନେଲି ।
ବିଜେଡି ପାର୍ଟି ମଧ୍ୟରୁ କିଏ ଏକଥା କହିଥିଲେ ତାର ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ମୋତେ ଏଭଳି ଧମକ ଦିଆଯାଇଥିଲା ତେବେ କଳାହାଣ୍ଡିରେ ଆସିକି ଜଣେ ରାଜ୍ୟ ସ୍ତରୀୟ ନେତା ଏଭଳି କହିଥିଲେ । ମୋ ମୁହଁରେ କହିବାର ସାହଶ ନଥିଲା ତ ମୋ ପଛରେ ସେ କଳାହାଣ୍ଡିର କିଛି କର୍ମକର୍ତ୍ତାଙ୍କ ସମ୍ମୁଖରେ ଏହା କହିଥିଲେ । ବିଜେଡିର ଅନେକ ବରିଷ୍ଠ ନେତା ଓ ରାଜ୍ୟ ସଭାର ସାଂସଦ କହିଛନ୍ତି କି ଆପଣଙ୍କୁ ହଟାଇବାର ଯୋଜନା ଥିଲା । ତେବେ ଏହି ସବୁ ଜିନିଷ ମୋ ସ୍ୱାଭିମାନକୁ ଆଘାତ ଦେଇଥିଲା । ତେବେ ସୁପ୍ରିମୋଙ୍କୁ ଜଣାଇଛନ୍ତି କି ନାହିଁ ପଚାରିବାରୁ ସେ କହିଥିଲେ ଯେ,ନିର୍ବାଚନ ପରେ ଜଣାଇଥିଲି ଯେହେତୁ ନିର୍ବାଚନ ସମୟରେ ସମସ୍ତେ ବ୍ୟସ୍ତ ମଧ୍ୟରେ ଥିଲେ ସେଥିପାଇଁ ମୁଁ ଏହାକୁ ଏକ ଛୋଟ କଥା ଭାବିଲି କାରଣ ସେ ସମୟରେ ନିର୍ବାଚନ ମୋ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ତେବେ ନିର୍ବାଚନ ସରିବା ପରେ ମୁଁ ଏହାକୁ ଯାଇ ବିଜେଡି ସୁପ୍ରିମୋଙ୍କୁ ଜଣାଇଥିଲି । ତେବେ ସେ ଏହା ବିଷୟରେ ଆଲୋଚନା କରିବେ ବୋଲି କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଗତ ଦେଢ ବର୍ଷ ହେଲା ମୋତେ ପାର୍ଟି ପକ୍ଷରୁ ବହୁତ ଅଣଦେଖା କରାଯାଇଥିଲା । ମୋତେ କୌଣସି କାର୍ଯ୍ୟରେ ସାମିଲ ମଧ୍ୟ କରାଯାଉନଥିଲା । ତେବେ ଏହା କଣ ପାଇଁ କରାଯାଉଥିଲା ମୁଁ ଜାଣି ପାରୁନଥିଲି । ତେବେ ୧୦ ବର୍ଷ ପାର୍ଟି ମୋତେ ବହୁତ ସମ୍ମାନ ଦେଇଛି ମୁଁ ସେଥିପାଇଁ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ଧନ୍ୟବାଦ ଦେବି । ସେ ମୋତେ ବହୁତ ଗୁରୁଦାୟିତ୍ୱ ଦେଇଛନ୍ତି । ଯାହାବି ଦାୟିତ୍ୱ ଦେଇଛନ୍ତି ମୁଁ ତାକୁ ନିଷ୍ଠାର ସହିତ କରିଛି । ୨୦୧୪ରୁ ୨୦୨୨ ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ମୋର କାର୍ଯ୍ୟକୁ ଦେଖିବେ । କିନ୍ତୁ ବିଗତ ଦେଢ ବର୍ଷ ହେଲା କଣ ହେଲା ମୁଁ ଜାଣିପାରିଲିନି ମୋତେ ସବୁ କ୍ଷେତ୍ରରେ ଏକପାକ୍ଷିଆ କରିବାକୁ ଚେଷ୍ଟା କରାଗଲା । ତେବେ ପରେ ମୋତେ କିଛି ଲୋକ କହିଲେ କି ତୁମେ କୌଣସି ରାଜନୈତିକ କାର୍ଯ୍ୟକୁ ଯାଉନ , ବିଭିନ୍ନ ବଡ ବଡୁଆ ନେତାଙ୍କୁ ମୁଣ୍ଡିଆ ମାରୁନ ଓ ତାଙ୍କୁ ଖୁସି କରୁନ । ତେବେ ମୁଁ ଯଦି ଏତେ ପାଠ ପଢିକି କାହା ପାଦ ଛୁଇଁବି । ଏହା ମୋ ସ୍ବାଭିମାନକୁ ବାଧିଥିଲା ବୋଲି କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯଦି କିଏ ମୋଠାରୁ ବୟସରେ ବଡ ମୁଁ ତାଙ୍କ ପାଦ ଛୁଇବାରେ କୌଣସି ସମସ୍ୟା ନାହିଁ । କିନ୍ତୁ ମୁଁ ଯାଇକି ଦଲାଲି କରିବି କାହାକୁ ମୁଁ ତେଲେଇବି ଏହା ମୋ ଦ୍ୱାରା ହେବ ନାହିଁ ଓ ଏଥିପାଇଁ ମୁଁ ରାଜନିତିକୁ ଆସିନାହିଁ ବୋଲି ସେ କହିଛନ୍ତି । ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବହୁ ବାର ପାଦ ଛୁଇଁଛି କାରଣ ସେ ପିତୃତୁଲ୍ୟ ସେ ମୋତେ ବହୁତ ଭଲ ପାଇବା ଦେଇଛନ୍ତି ଓ ଆଜି ମୋର ଯେଉଁ ରାଜନୈତିକ ସ୍ଥିତି ଅଛି ତାର ଶ୍ରେୟ ମୁଁ ତାଙ୍କୁ ଦେବି । ବିଜେପି ଦଳରେ ମୁଁ ମିଶିଛି ବିଜେପି ଯାହା ନିଷ୍ପତ୍ତି ନେବ ତାହାକୁ ମୁଁ ଗ୍ରହଣ କରିବି । ଓଡିଶା ପାଇଁ ମୁଁ କାମ କରିବି ଓଡିଶାର କିପରି ବିକାଶ ହୋଇପାରିବ । ଏବେ ବିଜେପି ସରକାର ଅଛି , ମୋହନ ମାଝୀ ତାଙ୍କ ପୁରା ଟିମ୍ କେମିତି ଓଡିଶାକୁ ବିକଶିତ କରିବେ ସେ ଦିଗରେ ଲାଗିଛନ୍ତି । ବିଜେଡି ଦଳ ମୋତେ ଦଳରୁ ବହିଷ୍କାର କରିଛି ଯାହାକି ହାସ୍ୟସ୍ପଦ । କାରଣ ବିଜେଡି ବିଜ୍ଞପ୍ତି ପ୍ରକାଶ କରିବା ପୂର୍ବରୁ ମୁଁ ମୋର ଇସ୍ତଫା ପତ୍ର ପଠେଇ ସାରିଥିଲିି । ତେବେ ମୋତେ ଲାଗୁଛି ସେ ଏହାକୁ ପ୍ରସ୍ତୁତ କରି ରଖିଥିଲେ ମୁଁ ଇସ୍ତଫା ପତ୍ର ପଠେଇବା ମାତ୍ରେ ସେ ଏହାକୁ ପ୍ରେସକୁ ଦେଇଦେଲେ । ସେ ଆହୁରି ମଧ୍ୟ କହିଛନ୍ତି କି ମେତେ କେହି କେବେ ସିଧାସଳଖ ଧମକେଇ ନଥିଲେ ହେଲେ ଇସାରା ଦିଆଯାଉଥିଲା, ଯାହାକି ମୋତେ ବାଧିଲା ଯେଉଁଥିପାଇଁ ମୁଁ ଦଳ ଛାଡିବାକୁ ନିଷ୍ପତ୍ତି ନେଲି ।










