26.1 C
Bhubaneswar
Sunday, December 1, 2024
Homeଓଡିଶାସରକାରୀ ବାସଭବନରେ କର୍ମଚାରୀଙ୍କ ଆତ୍ମହତ୍ୟା

ସରକାରୀ ବାସଭବନରେ କର୍ମଚାରୀଙ୍କ ଆତ୍ମହତ୍ୟା

କନ୍ଧମାଳ: ସରକାରୀ ବାସଭବନରେ ଦଉଡ଼ି ଦେଇ କର୍ମଚାରୀଙ୍କ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ କୃଷି ଉଦ୍ୟାନ ବିଭାଗରେ । ମୃତକ ଫୁଲବାଣୀ କୃଷି ଉଦ୍ୟାନ ବିଭାଗ କର୍ମଚାରୀ ବିଜୟ କୁମାର ନାୟକ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଫୁଲବାଣୀ ଟାଉନ୍ ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ ‌କରିଛି । ସେପଟେ ବିଜୟଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ ବିଶ୍ବାସ କରିପାରୁନାହାନ୍ତି ପରିବାର ଲୋକେ । ସେପଟେ ମୃତକଙ୍କ ପୁଅ ଆଣିଲେ ହତ୍ୟା ଅଭିଯୋଗ । ରାତିରେ ବସ୍‌ରେ ଭୁବନେଶ୍ୱର ଯିବେ ଏବଂ ସେଠାରୁ ଭଦ୍ରକ ସ୍ଥିତ ନିଜ ଗାଁକୁ ଯିବେ ବୋଲି ସ୍ତ୍ରୀଙ୍କୁ କହିଥିଲେ । କିନ୍ତୁ ଅପରାହ୍ନ ୪ଟା ୧୫ମିନିଟ୍ ସମୟରେ ବିଜୟ ନିଜ ସରକାରୀ ବାସଭବନରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଖବର ସ୍ତ୍ରୀ ବାସନ୍ତୀ ନାୟକଙ୍କୁ ଜଣାଇଥିଲେ ଉଦ୍ୟାନ କୃଷି ନିର୍ଦ୍ଦେଶକ । ପରିବାର ଲୋକେ ଫୁଲବାଣୀ ପହଞ୍ଚିବା ପରେ ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking