17.1 C
Bhubaneswar
Monday, December 22, 2025
Homeଅପରାଧବ୍ୟବସାୟୀ ମହିଳାଙ୍କ ଆତ୍ମହତ୍ୟା ଘଟଣା: ସିସିବି ଯାଞ୍ଚ

ବ୍ୟବସାୟୀ ମହିଳାଙ୍କ ଆତ୍ମହତ୍ୟା ଘଟଣା: ସିସିବି ଯାଞ୍ଚ

ବାଙ୍ଗାଲୁର: କର୍ଣ୍ଣାଟକ ଭୋଭି ବିକାଶ ନିଗମ (କେବିଡିସି) ଘୋଟାଲା ସଂପର୍କରେ ସିଆଇଡି ପଚରାଉଚରା କରିବା ପରେ ୩୩ ବର୍ଷିୟ ବ୍ୟବସାୟୀ ଏସ ଜୀବାଙ୍କ ଆତ୍ମହତ୍ୟା ମାମଲା ଅଧିକ ତଦନ୍ତ ପାଇଁ ସିସିବିକୁ ହସ୍ତାନ୍ତର କରାଯାଇଛି। ଗତ ଶୁକ୍ରବାର ସକାଳ ୫ ରୁ 9 ଟା ମଧ୍ୟରେ ପଦ୍ମନାଭନଗର ଘରେ ଆତ୍ମହତ୍ୟା କରି ଜୀବାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ତାଙ୍କ ଭଉଣୀ ଏସ ସଂଗୀତା ଡିଏସପି ର୍ୟାଙ୍କ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ, ଯିଏ ଜୀବାଙ୍କୁ ପଚରାଉଚରା ପାଇଁ ଡକାଇଥିଲେ।ଦୁର୍ନୀତି ନିବାରଣ ଆଇନ, ୧୯୮୮ , ଏବଂ ସିଆଡିର ଡିଏସପି କନକଲକ୍ଷ୍ମୀଙ୍କ ବିରୋଧରେ ଆତ୍ମହତ୍ୟା (ବିଏନଏସ ୧୦୮ ) ଅନୁଯାୟୀ ବନାଶକରୀ ପୋଲିସ ଷ୍ଟେସନରେ ଶୁକ୍ରବାର ଦିନ ଏହି ମାମଲା ଅଭିଯୋଗ କରାଯାଇଥିଲା। ଏହି ମାମଲା ସିସିବିକୁ ହସ୍ତାନ୍ତର କରାଯାଇଥିଲା। ପୋଲିସ କମିଶନର ବି ଦିନାନନ୍ଦଙ୍କ ନିର୍ଦ୍ଦେଶରେ ପ୍ରାଥମିକ ତଦନ୍ତ ରିପୋର୍ଟ ହସ୍ତାନ୍ତର କରି ବନାଶକରୀ ପୋଲିସ ମାମଲାକୁ ସିସିବି କୁ ହସ୍ତାନ୍ତର କରିଛି। ସିସିବିର ଆସିଷ୍ଟାଣ୍ଟ କମିଶନର (ଏସିପି) -ରଙ୍କ ଅଧିକାରୀ ଏହି ଘଟଣାର ଅନୁସନ୍ଧାନ କରିବେ ଏବଂ କମିସନରଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିବେ। ସିସିବି ଅଧିକାରୀ ଉଭୟ ସନ୍ଦିଗ୍ଧ ଏବଂ ଅଭିଯୋଗକାରୀଙ୍କୁ ଡକାଇ ପ୍ରଶ୍ନ କରିବେ ବୋଲି ସୂଚନା ରହିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking