ଭୁବନେଶ୍ୱର: ବରଗଡ ଘଟଣାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରୀଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସରକାର ଘଟଣାକୁ ଗୁରୁତର ସହ ନେଇ ପଦକ୍ଷେପ ନେଇଛନ୍ତି । ଏଭଳି ଘଟଣା କିଛି ଦିନ ହେବ ଘଟୁଛି । ଆତ୍ମହତ୍ୟା ସମସ୍ୟାର ସମାଧାନ ନୁହେଁ । ପୀଡିତ ଓ ପୀଡିତାଙ୍କୁ ଅନରୋଧ ଆଇନଗତ ଦିଗକୁ ଆପଣାନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ପଯ୍ୟନ୍ତ ସମସ୍ତଙ୍କ ପାଇଁ ଦ୍ୱାର ଖୋଲା ଅଛି । ଯେଭଳି ଜୀବନ ହାନୀ ହେଉଛି ସେଥିପାଇଁ ସରକାର ବ୍ୟଥିତ । ପୁଲିସ ଏଫଆଇଆର ନରଖିଲେ କଠୋର କାଯ୍ୟାନୁଷ୍ଠାନ ନିଆଯିବ ।










